STORYMIRROR

Smrutirekha Acharya

Others

3  

Smrutirekha Acharya

Others

ଅନୁଭୂତିର ସ୍ୱାଦ

ଅନୁଭୂତିର ସ୍ୱାଦ

1 min
356

ପିତୃ ପିତା ମହ ମାତୃ ମାତା ମହ

ଚିର ନମସ୍ୟ ମୋର

ତାଙ୍କରି ଆଶିଶେ ପୁଷ୍ପର ସୁବାସେ

ଆରମ୍ଭ ମୋ ଜୀବନ


ଜେଜେ ବାପାଙ୍କ ସ୍ନେହ ବସରିଆ

କୁନି ନାତୁଣୀ ପରା

ଟିକି ପାଦ ମୋର ତଳେ ନଲଗେଇ

କାନ୍ଧ ରେ ବୁଲାନ୍ତି ମେଳା


ତାଙ୍କ ରାମାୟଣ ମହାଭାରତ ଜ୍ଞାନ

ରାତି ନିଦର ମୋ ବଡ ଔଷଧ

ତାଙ୍କ ଗୀତା ଜ୍ଞାନ ତାଙ୍କ ପୂଜା ପାଠ

ଶିଖାଏ ଆଚାର ସଂସ୍କାର


ବୋଉ ମାରେ ମୋତେ ଦୁଷ୍ଟାମୀ ପାଇଁ

ଜେଜେ ଶୁଅନ୍ତି ଅଭିମାନେ କିଛି ନ ଖାଇ

ସୁନା ଡାକ ତାଙ୍କ ସତେ ହୃଦୟ ସ୍ପର୍ଶି

ନିଜେ ଚାଲି ଗଲେ ସେ ନା କୁ ନେଇ


ଜେଜେ ମାର ଗେଲ୍ହା ମାଣିକ ମୁଁ

ଖୋଜେ ଦିନ ରାତି ତା ପଣତ କାନିକୁ

ଜେଜେଙ୍କ ବଙ୍କୁଲି ବାଡ଼ି ଜେଜେ ମା ପାନ ବଟୁଆକୁ

ଖୋଜି ପାଉନି ଆଉ ମୁଁ


ବାପା ଙ୍କ ପାଗେଳୀ ବୋଉ ର ବାୟାଣୀ

କାକୁ ଙ୍କ ବିଲେଇ ଭାଇ ର ମୁଁ ସୁନା ଭଉଣୀ

ଆଦେଶ ଉପଦେଶ ଜୀବନ୍ତ ବାଣୀ

ଶିଖାନ୍ତି ପାଖେ ବସେଇ ତାଙ୍କ ଅଭିଜ୍ଞତା ରୁ ଆଣି


କେତେ ସ୍ନେହ ଶ୍ରଦ୍ଧା ଅଜାଡି ପଡୁଛି

ସତେ କି ଘରର ଲଷ୍ମୀ ପ୍ରତିମା

ଜୀବନ ନିଶ୍ଚିନ୍ତ ସାର୍ଥକ ହୋଇଛି

ପାଇ ସମସ୍ତଙ୍କ ଶୁଭକାମନା


ଶାନ୍ତି ପ୍ରୀତି ମୈତ୍ରୀ ଆମରି ସୁକୀର୍ତ୍ତି

ଖୁସି ଦିଅଇ ସଭିଙ୍କୁ

ସେତ ଦିନ ରାତି ଜଣାନ୍ତି ପ୍ରଣତି ଦେବା ଦେବୀଙ୍କୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍