STORYMIRROR

Yudhisthir Khamari

Others

3  

Yudhisthir Khamari

Others

ଅନୁଭୂତି ନୂତନ ବର୍ଷର

ଅନୁଭୂତି ନୂତନ ବର୍ଷର

1 min
133

ପ୍ରବାହମାନ ନଦୀ ସ୍ରୋତ ପରି

ପ୍ରବାହିତ ସମୟ

କଲି ଯାହା ବର୍ତ୍ତମାନ ଥିଲା

ଆଜି ତାହା ଅତୀତ,

ଆଜି ଯାହା ଭବିଷ୍ୟତ

କାଲି ଆସିବ ବର୍ତ୍ତମାନ ହୋଇ

ଅତୀତ କି ଭବିଷ୍ୟତ ନାହିଁ ଆମ ହାତରେ

ନୂତନ ବର୍ଷରେ ବି 

ସେଇ ସମୟ ଦିନକୁ ଚବିଶ ଘଣ୍ଟା

ସୂର୍ଯ୍ୟ ବି ଉଦିତ ସେଇ ପୂର୍ବେ

ହେଲେ ନୂୂତନ ବର୍ଷରେ ଆସେ

ନୂତନ ଆଶା,ଆକାଂକ୍ଷା

ନୂତନ ଉନ୍ମାଦନା ଓ ସମ୍ଭାବନା 

ପୁରୁଣା କଳୁଷ ବିଚାର,

ମନକୁ ଅଥୟ କରୁୁୁୁୁଥିବା ଦୁୁର୍ଗୁଣ

ତଥା କୁ ପ୍ରବୃତ୍ତି ର ସଂସ୍କାର ହିଁ

ନୂତନ ବର୍ଷର ନୂତନତା 

ଯୋଜନା ପ୍ରସ୍ତୁତିି ଓ ତା'ର

ଯଥାର୍ଥ ସାଧନ ହିଁ ନୂତନତା

ୟା ବିନା କିଛି ନାହିଁ ବିଭେଦତା

ନୂତନ ନାଁରେ ସମୟ ନଷ୍ଟ

ମଦିରାରେ ମାତାଲ୍ ହେଉଥିବା ଜୀବନରେ

କ'ଣ ବା ଘଟିପାରେ ନୂତନତା?

ନୂତନ ଜୀବନ ସାଧନ ହିଁ ସାର୍ଥକତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍