STORYMIRROR

padmaja pati

Others

4  

padmaja pati

Others

ଅନୁଭୁତିରେ ଶୀତ

ଅନୁଭୁତିରେ ଶୀତ

1 min
117

କୁହୁଡି, କାକର, କୋହଲା ପବନେ ଦେଉଥିଲା ଯେ ଥରାଇ,

ଜାଇ, ଜୁଇ, ଗେଣ୍ଡୁ, ସେବତୀ, ହେନାରେ ଚଉଦିଗ ମହକାଇ ।


ଧାନ ଅମାରରେ ନୂଆ ଧାନ ଭରି ଚାଷୀକୁଳ ଥିଲେ ସୁଖୀ

ମହାଲଷ୍ମୀଙ୍କର ଝୋଟି ପାଦ ଚିତା ଗାଁ ଦାଣ୍ଡେ ଲେଖି ଲେଖି ।


ପନିପରିବାରେ ହସାଇ କ୍ଷେତକୁ ମାଡି ଆସୁଥିଲା ଶୀତ

ନିଆଁ ପୁଆଇଁବା ପାଇଁ ଗାଁ ଦାଣ୍ଡେ ସଭିଏଁ ତ ଏକତ୍ରିତ ।


କେତେ ହସ, ଖୁସି, ମଜା ଗପ ସାଥେ କଟି ଯାଉଥିଲା ଦିନ

ଏବେ ସେ କଥାକୁ ଭାବିଲା ବେଳକୁ ଲାଗଇ ସାତ ସପନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍