ଅନୁଭୁତିରେ ଶୀତ
ଅନୁଭୁତିରେ ଶୀତ
1 min
110
କୁହୁଡି, କାକର, କୋହଲା ପବନେ ଦେଉଥିଲା ଯେ ଥରାଇ,
ଜାଇ, ଜୁଇ, ଗେଣ୍ଡୁ, ସେବତୀ, ହେନାରେ ଚଉଦିଗ ମହକାଇ ।
ଧାନ ଅମାରରେ ନୂଆ ଧାନ ଭରି ଚାଷୀକୁଳ ଥିଲେ ସୁଖୀ
ମହାଲଷ୍ମୀଙ୍କର ଝୋଟି ପାଦ ଚିତା ଗାଁ ଦାଣ୍ଡେ ଲେଖି ଲେଖି ।
ପନିପରିବାରେ ହସାଇ କ୍ଷେତକୁ ମାଡି ଆସୁଥିଲା ଶୀତ
ନିଆଁ ପୁଆଇଁବା ପାଇଁ ଗାଁ ଦାଣ୍ଡେ ସଭିଏଁ ତ ଏକତ୍ରିତ ।
କେତେ ହସ, ଖୁସି, ମଜା ଗପ ସାଥେ କଟି ଯାଉଥିଲା ଦିନ
ଏବେ ସେ କଥାକୁ ଭାବିଲା ବେଳକୁ ଲାଗଇ ସାତ ସପନ ।
