STORYMIRROR

DEEPAK KUMAR PATRA

Others

4  

DEEPAK KUMAR PATRA

Others

ଅନୁଭବୀ ବନ୍ଧୁତ୍ବ

ଅନୁଭବୀ ବନ୍ଧୁତ୍ବ

1 min
203


ଚାହେଁ ତତେ ଲେଖିବାକୁ 

ହେଲେ, କେଜାଣି କାହିଁକି 

ଶବ୍ଦର ସଂଯୋଜନାରେ 

ମୁଁ ହାରିଯାଇ ବସିରହେ ।

ଚାହେଁ ତୋ ଗଭୀର ସାଗରରେ 

ବୁଡ଼ ପକେଇ ଗୋଟେ ନୂଆ ନାଁ କରିବାକୁ 

ହେଲେ, ଜାଣେନା ମୁଁ କେତେ ଦୂରେ ତୋ'ଠାରୁ 

ତୋ କଣିକାରେ ନା ତୋ ଗର୍ଭରେ ।

ଚାହେଁ ମୋ କଲମ ମୁନ ତୋ ସ୍ନେହର ପରିଭାଷାକୁ ରଙ୍ଗତୁଳୀରେ ଆଙ୍କି ଦେବାକୁ 

ହେଲେ, କେତେବେଳେ ମନ ଅଧାବାଟେ ରହିଯାଉଛି

ତ ପୁଣି କେତେବେଳେ ଶବ୍ଦ ବିଚ୍ଛେଦରେ ଅଟକି ରହୁଛି । 

ଭାବେ ତତେ ମନ ଭରି ଭଲପାଇବା ପାଇଁ 

ତୋ ଶରୀରର ଗୋଟେ ଗୋଟେ ଶବ୍ଦକୁ 

ହୃଦୟ ଭରି ଆପଣେଇ ନବାପାଇଁ 

କିନ୍ତୁ, କେଜାଣି ତତେ କେତେ ଦୂର ମୁଁ ଚିହ୍ନି ପାରିଛି 

ଖାଲି ଅଧାବାଟରେ ରହିଯାଇ ପୂର୍ଣ୍ଣଛେଦ ପଡ଼ିଯାଉଛି ।

ମନ ଖୋଜେ ତତେ ମୋର ପ୍ରତି ଭାବନାରେ 

ମୋର ବାସ୍ତବରେ ଆଉ କଳ୍ପନା ରେ 

ସର୍ବଦା ତୋ ଛବି ଆଙ୍କେ ମନ ଭିତରେ

ହେଲେ ଉତ୍ତାରିପାରେନା ତତେ

ଖାଲି ଚୁମ୍ବକରେ ତତେ ଅନୁଭବ କରିଚାଲେ

ଜଣେ ଅନୁଭବିଟେ ସାଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍