ଅନୁଭବ କରିଦେଖ
ଅନୁଭବ କରିଦେଖ

1 min

24
ତୁମେ ଆସିବା ପରେ
ଲୋକେ କୁହନ୍ତି
ମୁଁ ବଦଳି ଯାଇଛି କୁଆଡେ
ଏ ହୃଦୟ ଧାଏଁ ଯୁଆଡେ l
ତୁମେ କେବେ ସ୍ୱପ୍ନରେ
କେବେ ଅନୁଭବରେ
ଆସ ମୋ ଭାବନାକୁ ରଙ୍ଗୀନ କରି
ଚାଲିଯାଅ ପୁଣି ଅଜଣା ମଣିଷଟିଏ ପରି l
ତୁମେ ଗଲାପରେ
ଚାହିଁ ରହିଥାଏ କେବେ କେମିତି
ଝର୍କା ସେ ପାଖକୁ
କାଳେ ତୁମକୁ ପାରିବି ଦେଖି
ଏ ହୃଦୟରେ ନିତି ଉଠୁଥିବା ଜୁଆରକୁ
କେବେ ଅନୁଭବ କରିଦେଖ ସଖି l