STORYMIRROR

Pranati Mahapatra

Others

3  

Pranati Mahapatra

Others

ଅନ୍ତର୍ଯ୍ୟାମୀ

ଅନ୍ତର୍ଯ୍ୟାମୀ

1 min
150

କ୍ଷଣେ କ୍ଷଣେ ସିନା ଦୁନିଆଁ ବଦଳେ 

ବଦଳେ ମଣିଷ ପ୍ରକୃତି 

ତୁମେ ବଦଳିନ କାହିଁକି କେଜାଣି

ସେମିତି ଚାହିଁଛ ନିତି 

ଆହେ ପ୍ରଭୁ ଲକ୍ଷ୍ମୀପତି

ଜଗତର ନାଥ ବୋଲି ହୁରି ପଡେ

ତୋ ପାଦେ ବାଢେ ପ୍ରଣତି।


କରି କରାଉଛ ଅନ୍ତର୍ଗତେ ଥାଇ

ତୁମେ ସ୍ରଷ୍ଟା ତୁମେ ସୃଷ୍ଟି 

ବୁଝେ ନାହିଁ କେବେ ଅବୁଝା ମଣିଷ

ଭୁଲି ଯାଏ ତବ ପ୍ରୀତି 

ହେଜୁ ନାହିଁ ଯେ ତଥାପି

ନିଘା ନାହିଁ ମୋର କାହାକୁ ହେ ଛାମୁଁ

ଅଛି ମୁଁ ଥିଲି ଯେମିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍