ଅନ୍ତିମ ନିଷ୍ପତ୍ତି
ଅନ୍ତିମ ନିଷ୍ପତ୍ତି
1 min
127
ସ୍ନେହ ପ୍ରେମ ର ମାଧୁରୀ ରେ
ସାରା ଜୀବନ କୁ ଭିଜେଇ ଭିଜେଇ,
ସମ୍ପର୍କ ରଲମ୍ବା ଲମ୍ବା ବେଣୀ ବାନ୍ଧୁ ବାନ୍ଧୁ ,
ବେସାହାରା ହୁଏ ସେଇ ନିଷ୍ପାପ ସରଲ ତରଳ ମନ
କାମୁକତାର ତେରଛା ହସ ରେ
ଏଇଠି ସେଇଠି ସବୁଠି l
ନାରୀତ୍ୱ ର ସମସ୍ତ ସୋପାନ କୁ ଛୁଇଁ
ସକଳ ଶକ୍ତିର ବିଜୟିନୀ ମୁକୁଟ ପିନ୍ଧି ଵି
ଆଖି ଧିମେଇ ଯାଏ, ଵସ୍ତ୍ର ମଳିନ ପଡେ
ଥାନା ଖାନା ଯେତେ ସବୁ ଜାଗା ଅନlବନା ର ଚାରି କାନ୍ଥ ଭିତରେ ବାହାରେl
ପ୍ରୀତି ଶାନ୍ତି ମୈତ୍ରୀ ର ପୁଣ୍ୟମହୁରତ
ଶେଷରେ ଫିକାପଡେ ଫାଇଲ ର ନାଲି ଫିତା ତଳେ
ଆଉ
ମହୁ ମାଛି କୁ ଗୁରୁ କରି ଦେଖାଇ ଦିଏ
ନିଜର ଶେଷ ନିଷ୍ପତ୍ତି
ମଶାଣି ର ଧୁଆଁ ପ୍ରତିତୀ ଓଁ ଶାନ୍ତି
