STORYMIRROR

Sunita Barik

Others

3  

Sunita Barik

Others

ଅନ୍ତଃସ୍ବର

ଅନ୍ତଃସ୍ବର

1 min
251

ବେଦନା! 

କେବେ ଲୁହର କେବେ ଲହୁର

ପୁଣି କେବେ ଅନ୍ତଃମନର ଅସ୍ପଷ୍ଟ ସ୍ୱର

ସବୁକୁ ଏକାଠି କରି ଜୀବନକୁ ତିଳ ତିଳ 

ବଞ୍ଚିବାକୁ ହୁଏ 

କାହିଁକି ନା ଏଇତ ଜୀବନ !

କେବେ ସ୍ୱପ୍ନ ସବୁ ମରୁ ମରୀଚିକା

କେବେ ଶ୍ରାବଣର ଧାରା

ସେ ସବୁ ଭିତରେ ନିଜକୁ ଲୁଚେଇ

ଲୁଚିଲୁଚି ଭୋଗିବାକୁ ହୁଏ ଜୀବନ

ବୋଧହୁଏ ଏଇତ ଜୀବନ!

କେବେ ଭୋଗି ନଥିବା ସମୟ

ପୁଣି କେବେ ଅସରନ୍ତି ପାଣିର ସୁଅ

କେବେ ଲୁହର ବନ୍ୟା ତ

କେବେ ପୁଣି ସମୟର କୁଠାରଘାତ

ତଥାପି କ୍ଷଣ କ୍ଷଣ ଜୀବନ 

ଭୋଗିବାର ମୋହ

ବୋଧହୁଏ ଏଇତ ଜୀବନ!

ଅଙ୍କାବଙ୍କା ନ‌ଈ ପରି ସମୟର ଆୟୂଷ

ତଥାପି ଦୃଢ଼ ନିଶ୍ଚିତ 

ଜୀବନ ଅଛି ତ ଯନ୍ତ୍ରଣା ଅବଶମ୍ଭାଵୀ

ସେସବୁକୁ ସାହାସ ଜୁଟେଇ

ଜୀବନ ଜୀଇଁବାର ଅଦମ୍ୟ ଇଚ୍ଛା

କେବେ ଖରା କେବେ ଛାଇ 

ଏଇ ଅଛି ପୁଣି ଏଇ ନାହିଁ

ବୋଧହୁଏ ଏଇତ ଜୀବନ !.......



Rate this content
Log in