ଅନ୍ତଃସ୍ୱରର ଡାକ
ଅନ୍ତଃସ୍ୱରର ଡାକ
1 min
314
ପ୍ରତାପ ନାୟକ
7008054282
ଅନ୍ତଃସ୍ୱରର ଡାକ
ନିର୍ଲଜ କଲାଣି ମୋତେ
ନା ଗୁମୁରି ପାରୁଛି
ନା କରୁଛି ଚିତ୍କାର
ସମ୍ପର୍କ ନାଁ ରେ ଅଳପେଇସା ବୟସ
ଥଟ୍ଟାକରେ ଫେରିବାରେ ବି ମଜା ଅଛି
ଫୁଲର କଣ୍ଟା ପୁଣି ନରମ ସେଜ
ହାତ ଯୋଡନ୍ତି
ଆଉ କରନା ବିବସନା
ଆଉ କରନା ବିବସନା
ପୁଣି ମାରନା ଚାବୁକ୍
ବୋହିବାକୁ ଦିଅ ଯେଝା ମତେ
ବୋହିବାକୁ ଦିଏ ନାନା ମତେ
ନିରବଛିନ୍ନ ହସ
ଅବୁଝା ଗଣିତ
ଚୋପାଛଡା ଦାମ୍ଭିକତା
ଛାତି ତଳର ଅନାବନା ବନ୍ଧନ ଛିଡୁ
ଛିଡୁ ନିଆଁ ଲଗା କାରୁକାର୍ଯ୍ୟ ଭରା ସପନ
ସ୍ଫୁରୁ ଅନ୍ତଃସ୍ୱରର ଡାକ
ଗୁମୁରୁ ଅବା କରୁ ଚିତ୍କାର.....
