Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଅନ୍ତଃସ୍ୱର-୬୮

ଅନ୍ତଃସ୍ୱର-୬୮

1 min
6.7K


ରେଳଧାରଣା,

ଗତି,ସ୍ପନ୍ଦନ,ବେଗ ,

ସମାନ୍ତରାଳ

ବ୍ୟବଧାନ,

କହିପାର-ଫରକ !

ସେମାନଙ୍କ ସହ ଘଟଣାକ୍ରମେ 

ଯୋଡି ହୋଇ ଯାଇଥିବା,

କିଛି ଅନାମିକା-ଚରିତ୍ର

ବାସ୍ତବ,ଅବାସ୍ତବ ହେଉ

ଅବା ପ୍ରତୀତ ଅବସ୍ଥା

କବିର ସାଧାରଣ ମଣିଷପଣିଆ ଓ କବିପ୍ରାଣ 

ଭିତରେ ବ୍ୟବଧାନ 

ବେଳେବେଳେ 

ଭାରି ପଡି ଯାଆନ୍ତି

ସାଧାରଣ ଚରିତ୍ର ଗୁଡିକ

କିଛି ଆସି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତି !

ବେଳେବେଳେ 

କାବ୍ୟନାୟିକାକୁ କାବ୍ୟନାୟକ ପଡେ

ଭାରି ଅବା ବିପରୀତ

ରାଜି ଓ ଅରାଜି ଭିତରେ 

ପୁଣି ଚାଲେ ଖେଳ ବ୍ୟବଧାନର !

ଅସନ୍ତୁଳିତ ,ଅଭିଶପ୍ତ 

ଦ୍ଵିତୀୟ ଈଶ୍ୱର ଭୂମିକାରେ ଅଭିନେତା ଓ ଅଭିନେତ୍ରୀ ଯେତେସବୁ

କବି ପ୍ରାଣ !!

©®କାଶ୍ୟପ,ରାୟଗଡା ।


Rate this content
Log in