STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଅନ୍ତଃସ୍ୱର-୬୭

ଅନ୍ତଃସ୍ୱର-୬୭

1 min
2.1K


ସେ ତ, ଶୂନ୍ୟଆକାଶ

କାଲି ଥିଲା 

ଆଜି ବି ଖାଲିପଣେ ଭରା

ଝଲକାଏ ପବନଟିଏ 

ହୋଇ 

ଫେରି ଆସିବି

ତା ସବୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଭରିଦେବି,

ଫଗୁଣର ମିଠା ମିଠା ରଙ୍ଗେ

ଭୁଲି 

ମୋ ଜୀବନର ସବୁ ଲକ୍ଷ୍ୟ 

ରଖିବାକୁ ବଳବତ୍ତର ସେଇ ଛୋଟିଆ ଜାଗାଟି

ତା ହୃଦୟର---!

ତୁ ଚାଲିଗଲା ପରେ

ଖାଁ ଭାଁ ରେ ଭରା 

ଦେଖ,

ସେଇ ପାହାଡ଼ତଳି ଛୋଟିଆ ଆମ କୁଡ଼ିଆଘର

କାଲି 

ସେଠି ଗଣ ବଳାତ୍କାର ସହ ଆତ୍ମହତ୍ୟା କରିବାକୁ 

ବାଧ୍ୟ 

କରାଯାଇଥିଲା

ନିରୀହ 

ନାବାଳିକା କନ୍ୟାଟିକୁ---!!

ବ୍ୟବଛେଦ,

ପରେ ଭ୍ରୁଣଟିଏ ନଈସୁଅ ଧାରେ 

ଭାସି ଚାଲିଛି,

ଶୂନ୍ୟତା ସହ-------!!!

©®କାଶ୍ୟପ,ରାୟଗଡା .


Rate this content
Log in