STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଅନ୍ତଃସ୍ୱର-୨୬

ଅନ୍ତଃସ୍ୱର-୨୬

1 min
13.3K


ନାୟିକା ନାମ ନାହିଁ,

ଆକାର ବି ନାହିଁ

ଯେତେବେଳେ ପର୍ଯ୍ୟନ୍ତ ଦେଇ ନାହିଁ କେହି ମତେ ନାମ କି

କରି ନାହଁ ମତେ କଳ୍ପନାରେ ବିନ୍ୟାସ

ସେତେବେଳେ ପର୍ଯ୍ୟନ୍ତ ହେଇ ପାରିବି ନାହିଁ

ମୁଁ ,

ସୃଜନତାର ଏକ ସୁନ୍ଦର ସୃଷ୍ଟି;

କହିପାର ମତେ କବିତା,

ମୁଁ ଖସି ଯାଇପାରେ ତଳକୁ

ପଡି ଉଠି ଉପରକୁ ବି ଯାଇ ପାରେ

ଆକାଶରେ ଉଡିପାରେ,

ଖେଳିପାରେ ଆଦିମକ୍ରୀଡା ପ୍ରକୃତି ସହ,

ସ୍ଥାଣୁ,ସ୍ଥିତପ୍ରଜ୍ଞ,ଦାମ୍ଭିକ,ଭୀରୁ, କାପୁରୁଷ,କାମୁକ ବି କହିପାର ମତେ,

ଅବା କଳ୍ପନା ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍