STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ

1 min
227


ଏକୋଇଶ ଜୁନ ଆଧ୍ୟାତ୍ମିକ ଦିନ

ଦକ୍ଷିଣାମୁଖୀ ସୂର୍ଯ୍ୟଙ୍କ,

ସୂର୍ଯ୍ୟ ଆରାଧନା ପବିତ୍ର ଦିନଟି

ନିରୋଗ କରେ ଜନଙ୍କ।


ଅନ୍ତଃରାଷ୍ଟ୍ରୀୟ ହିଁ ଯୋଗର ଦିବସ

ବିଶ୍ୱେ ହେଲା ଆବିର୍ଭାବ,

ଯୋଗର ମହତ୍ତ୍ଵ ଗୁଞ୍ଜନ କରିଲା

ଭାରତେ ମିଳେ ଗୌରବ।


ଯୋଗର ଜନନୀ ମାଆ ଭାରତୀ କୋଳୁ

ଉତ୍ପତ୍ତି ହେଲାଟି ଯାର,

ବିଶ୍ୱ ବି ମହତ୍ତ୍ଵ ବୁଝିଲା ହିଁ ତହୁଁ

ଅନ୍ତଃରାଷ୍ଟ୍ରୀୟଟି ତାର।


ଯୋଗ କରିବା ହିଁ କର୍ତ୍ତବ୍ୟ ଆମର

ନିରୋଗ ହୋଇବା ଯହିଁ,

ପ୍ରେରିତ କରିବା ଦେଶର ଜନଙ୍କୁ

ଜଡ଼ିତ କରିବା ତହିଁ।


ଆମ ଇତିହାସ ଯୋଗରେ ଜଡ଼ିତ

ମୁକ୍ତି ମାର୍ଗ ମଧ୍ୟ ଏହି,

ଯୋଗ ବଳୁ ଯହିଁ ପ୍ରଭୁଙ୍କ ଦର୍ଶନ

ତପସ୍ୟା ଭୂମିଟି ଏହି।


ପାଠ୍ୟକ୍ରମ ହେଲା ଯୋଗାସନ ଏଠି

ପବିତ୍ର ଭାରତ ଭୂମି,

ଜନେ ଜନେ ନିତ୍ୟେ ଯୋଗାସନ କରେ

ନିରୋଗ କରେଟି ଭୂମି।


ବିଶ୍ୱେ ଗୁଞ୍ଜୁ ଅଛି ଦେଶ ଯୋଗାସନ

ଗ୍ରହଣ କରନ୍ତି ସର୍ବେ,

ଯୋଗାସନ କରି ନିରୋଗ ହୁଅନ୍ତି

ମିଳୁଛି ମହତ୍ତ୍ଵ ଏବେ।


ଦେଶରେ ସଂସ୍କୃତି ବିଶ୍ୱେ ଯୋଡି ଦେଲେ

ଦେଶର ପ୍ରଧାନ ଆମ,

ଜନକଲ୍ୟାଣର ନିରୋଗର ପାଇଁ

କରିଲେଟି ଏହି କାମ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ଯୋଗ ଦିବସରେ ମୋର,

ଯୋଗାସନ କରି ନିରୋଗ ହୁଅନ୍ତୁ

ଏହି ଅଭିଳାଷ ମୋର।


ଏକୋଇଶ ଜୁନ ଆଧ୍ୟାତ୍ମିକ ଦିନ

ଦକ୍ଷିଣାମୁଖୀ ସୂର୍ଯ୍ୟଙ୍କ,

ସୂର୍ଯ୍ୟ ଆରାଧନା ପବିତ୍ର ଦିନଟି

ନିରୋଗ କରେ ଜନଙ୍କ।



Rate this content
Log in