Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda B Mohapatra

Others

2  

Sunanda B Mohapatra

Others

ଅଣୁକଥା

ଅଣୁକଥା

1 min
1.3K



ପୋଷା ବିଲେଇଟା ମରି ଯାଇଛି, ତିନିଦିନ ହେଲା

ଖାଇବା ପିଇବା ଛାଡ଼ି ଶୋକ ମନୋଉଛି କବିତା ।

କାନ୍ଥକୁ ଲାଗିକି ରହନ୍ତି ରାୟବାବୁ ଘର । ତାଙ୍କ

ବିଧବା ଭଉଣୀ ପ୍ରତିଦିନ ଅନ୍ଧାରରାତିରୁ ସଂଗ୍ରହ କରିଥିବା

ଫୁଲରୁ କବିତାକୁ ମେଞ୍ଚେ ଦେଇ ଗଲାବେଳେ, ଫୁଲ ସହିତ

ଈଶ୍ୱର ମଙ୍ଗଳ କରନ୍ତୁ ବୋଲି ଆଶୀର୍ବାଦ ଦେବାକୁ ଆଦୌ

ଭୁଲନ୍ତି ନାହିଁ ।

ଚାଲିଗଲେ ପନ୍ଦରଦିନ ତଳେ । ଶବ ପଡ଼ିଥାଏ ।

ଦାଣ୍ଡରେ ଲୋକ ଜମା । ଯିବାପାଇଁ ବାଟ ନଥିଲା ।

କବିତା ପଛପଟେ ବୁଲି ମାର୍କେଟିଂ କରିବାକୁ ଗଲା ।

ହଁ, ଗଲାବେଳେ କିନ୍ତୁ 'ଆହା' ପଦେ କହିବାକୁ

ଆଦୌ ଭୁଲି ନଥିଲା ।


Rate this content
Log in