STORYMIRROR

pratap nayak

Others

4.8  

pratap nayak

Others

ଅନନ୍ତ ନିଳୀମା

ଅନନ୍ତ ନିଳୀମା

1 min
357


ପ୍ରତାପ ନାୟକ

7008054282

ମୋ ମନର ନିଳୀମା ଚୋରେଇ ନେଇଛି

ତୁମର ସେ ଅନନ୍ତ ଆକାଶ

ଯେଉଁଠି ଫୁଲେଇ ଜହ୍ନକୁ ଅଣ୍ଟିରେ ଭରି

କରେ କେତେ ଗେଲ ପରେ ଗେଲ

ମୋ ସପ୍ତର୍ଶିମଣ୍ଡଳ ଲୁଚେ ଯାଇ ତୁମ ତାରା ମେଳେ

କାଳେ ହାତପାହାଁନ୍ତିରେ ପାଇବେକି

ବଉଦ ଫାଙ୍କରୁ ଚିର ଅମ୍ଳାନର ସ୍ୱର

ଅନେକ ଭାବିଚିନ୍ତି ଆସନ୍ତି ଆମ୍ବବଉଳର

ତାରାମେଳ ପରି

ହାୟ

ସ୍ପନ୍ଦନର ଚାନ୍ଦ ମୁରୁକି ହସେନି

ଘେରା ମୋର ସପ୍ତର୍ଶିର ମେଳେ

ଅଝଟପଣର ବଉଦ ଉହାଡ

ଡାକେ ଯେବେ କହିବାକୁ

ନିଳୀମା ବହୁଛି ଆସି

ସାଗରବେଳାରେ

ରେଣୁ ରେଣୁ ବାଲୁକା ସଜ୍ୟା ତୁମ

ଅାକଟ କରେନା କାହିଁ

ଛଡାଏ ସାନିଧ୍ୟ ମୋର

ଜଡେଇ ଛାତିରେ

ଅବିକଳ ଅନନ୍ତ ନିଳୀମା ଟାଣେ

ନାଲି ଓଠଧାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍