Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଅଣସର ଘରେ ଜଗା

ଅଣସର ଘରେ ଜଗା

1 min
227


ଜଗା ଆମ ଜ୍ୱରେ କଂପୁଥିଲା ଢାଳି ପଂଚତ୍ରିଶ ଗରା ପାଣି

ବଳଦେବଙ୍କର ତେତିଶ ସୁଭଦ୍ରା ବାଇଶି ଢାଳିଲେ ଗଣି ।

ସୁଦର୍ଶନ ତୃପ୍ତ ଅଠର ଗରାରେ ଧରିଲା ଶରଦି ଜ୍ୱର

ଦୟିତାପତିଙ୍କ ଅଣସର ଘରେ ଗୁପତ ସେବା ସତ୍ୱର ।

ଗର୍ଭଗୃହେ ପଟି ଦିଅଁ ପୂଜା ପାଇ ଭକତ ନୁହେଁ ଉଷତ

ଦର୍ଶନ କରିବ ବ୍ରହ୍ମଗିରି ଠାରେ ଅଲାରନାଥ ପ୍ରାପତ।

ତନ୍ତ୍ର ମନ୍ତ୍ର ସେବା ନ ବୁଝେ କାଳିଆ ସେନେହ କାଙ୍ଗାଳ ହରି

ଶୁଦ୍ଧ ଭକ୍ତି ସେବା ଘେନା କରେ ଖାଣ୍ଟି ଓଡିଆ ପୁଅଟି ପରି ।

ପ୍ରସାଦ ନଖାଏ ଫଳ ମୂଳ ସାଥେ ଚେରମୂଳି ଜଡିବୁଟି

ବିଦ୍ୟାପତି ବଂଶଧର ଅଧିକାର ପାଏ ଏକ ପକ୍ଷ ଏଠି ।

ଅତିବଡିଙ୍କର ଓଡିଆ ମଠରୁ ଫୁଲୁରି ତେଲର ସେବା

ବରଷକ ତଳୁ ମାଟି ତଳେ ପୋତା ଜଗା ପାଇଁ ହୁଏ ଉଭା ।

ସେ ତୈଳ ମର୍ଦ୍ଦନେ ଜଗା ହୁଏ ସୁସ୍ଥ ଶୁକ୍ଳ ପକ୍ଷ ପ୍ରତିପଦ

ନବ ଯଉବନ ଦରଶନ ଦେବ ଭକତ ମନ ଆବେଗ ।

ତହିଁ ପରଦିନ ମାଉସୀ ଘରକୁ ବୁଲି ବାହାରିବ ଜଗା

ଭାଇ ଉଉଣୀଙ୍କୁ ସାଥେ ନେଇ ଯିବ ଲକ୍ଷ୍ମୀ ପଡିବେ ଅଲଗା ।

ପ୍ରସାଦ ସେବନ ତନ୍ତ୍ରମନ୍ତ୍ର ଗାନ ଛାଡି କେ ଦେବତା ଅଛି

ମର୍ତ୍ତ୍ୟ ବଇକୁଣ୍ଠେ ମଂଚ ଲୀଳା କରେ ଜଗନ୍ନାଥ ଭକ୍ତି ବାଛି ।

ଅନବସରର ବିଚିତ୍ର ବିଧାନ ବିଶ୍ୱରେ ବିରଳ ସେବା

ବିଶ୍ୱାବସୁ ବିଦ୍ୟାପତି ବଂଶଧର ଅଧିକାର ଗୁପ୍ତ ସେବା ।


Rate this content
Log in