ଅଣଦେଖା ନିମନ୍ତଣ
ଅଣଦେଖା ନିମନ୍ତଣ
ତୁମେ ଡାକୁଛ ବାରମ୍ବାର ପାଖକୁ
ଏ ନିରୋଳା ନିଛାଟିଆ ଜାଗାକୁ
କିଛି କହିବାକୁ ଅଛି ଏଥର
ମନ ପକାଇ ରଖ ଏକାନ୍ତର
ବସି ବସି ପାଶରେ ମୁଁ ହିଁ ଶୁଣିବି
ତୁମେ ବି କହିବ ନିର୍ଜ୍ଜନରେ ଥିବି
ପୁରା ସମୟ ନେଇ ଆସିବି
ତରତର ନ ହୋଇ ବସିବି
ସମୟର ଅଭାବରେ ମନଟା ବି ଧୋକା ଦେଲା
କଥାତକ ସବୁ ଅଧା ରାସ୍ତାରେ ଅଟକି ରହିଲା
ସମୁଦ୍ର କୂଳର ବେଳାଭୂମିରେ ବସି
ମୁଁ ଅନେଇ ରହିଲି ତୁମ ପାଇଁ ହସି
ତୁମେ ଆସିଲ କିଛି ତ କାହିଁ କହିଲ ନାହିଁ
ଯେତେ ଭାବିଲି ମୁଁ ବି ପଚାରି ପାରିଲି ନାହିଁ
କାଲେ ତୁମେ ମନ ଦୁଃଖ କରିବ
ସନ୍ଦେହ କରୁଛି ବୋଲି ଖରାପ ଭାବିବ
ଆମ ମଧ୍ୟରେ ଏ କାନ୍ଥ ଫାଟ ସୃଷ୍ଟି କରିବ
ତୁମେ ସତରେ ମନରେ ଖୁବ୍ ଲୁହ ଝରାଇବ
ଏ ସମ୍ପର୍କରେ ଲୁହ ଓ ଲହୁରେ ଧୋଇବ
ହୃଦୟରୁ ଚିପୁଡି ତୁମେ କେଉଁଠି ଥୋଇବ
ଏ ଓଠ ବି ପୁରା ଚୁପ୍ ଓ ନିଶବ୍ଦ
ବଡ ଅଜବ ଏ କଥା ଗୁଡିକ
ଯେତେ କହିବ କହିବ ହୁଏ
ଦେଖା ହେଲେ ପୁରା ତୁନି ରହେ
ସିମେଣ୍ଟ କଂକ୍ରିଟ ବେଞ୍ଚରେ ବେଳେ ବସିବା
ସୂଯ୍ଯାଂଶର ଗରମ ତାତି ଯେ ଅସହ୍ୟ ସହିବା
ପବନର ସାଇଁ ସାଇଁ ଶବ୍ଦରେ
କିଛି ତୁମ କଥା ଶୁଣି ନ ପାରେ
ଅପଲକ ଆଖିରେ ଲୁହ ଜକେଇ
ମୁଁ ସନ୍ଦିହାନ ତୁମକୁ ଅନେଇ
ପାଖୁଡା ରକ୍ତ ଗୋଲାପର ପଡିଛି
ବୋଧେ ସଦ୍ୟ ପ୍ରେମିକାର ହୃଦୟ ଭାଙ୍ଗିଛି
ଶୁଖି ଯାଇଛି ଧାର ସେ ଲହୁର
ଲୁହରେ ଯେଉଁ କୋହ ସମ୍ଭାଳି ନପାର
ଏ ଦେହ ଦାହର ଉଦ୍ଦେଶ୍ଯର ଉପରେ
କିଛି ସ୍ମୃତି କିଛି ଅନୁଭୂତି ସମ୍ପର୍କ ଧାର ଉଧାରରେ
