STORYMIRROR

ବଳରାମ ବାରିକ

Others

5.0  

ବଳରାମ ବାରିକ

Others

ଅଣ୍ଡା

ଅଣ୍ଡା

2 mins
14.4K


ଏ ସାଧାରଣ ଜ୍ଞାନ ଟିକେ ଅଧେ ସମସ୍ତଙ୍କୁ ଜଣା,

ଏ ଧରା ପୃଷ୍ଠକୁ ପ୍ରଥମ ଡିମ୍ବ ଆସିଲା ନା ଡିମ୍ବ ଦେଉ ଥିବା କୁକୁଡ଼ା।

ଖାଲି ପେଣ୍ଠି ଆସିଥିଲା ନା ସାଥିରେ ଗଞ୍ଜା ବି ଆସିଥିଲା ବାପୁଡ଼ା

ଗଞ୍ଜା ବିନା ଅଣ୍ଡା ସ୍ଵପ୍ନ ବି ଲାଗେ ଅଧା ଗଢା ।

ମଣ୍ଡା ଭିତରକୁ ପୁର କୋଉ ବାଟେ ପଶିଲା,

ଏହି ଜ୍ଞାନ ବାଣ୍ଟି ବାଣ୍ଟି କିଛି ବ୍ୟକ୍ତି ଜମିଦାର ..

ଆଉ କିଛି ସର୍ଵସ୍ୱାନ୍ତ ମଢା।

ତଥାପି ଏ ଦୁନିଆରେ ଏମିତି କିଛି ପ୍ରଶ୍ନ ଅସମାହିତ,

ଯାହାର ଉତ୍ତର ଦେଉଥିବା ପ୍ରଜ୍ଞାନ ଯୁଗେ ଯୁଗେ ଲୋଡ଼ା।

ଆଗେ ଗଛ ହେଉ କି ମଞ୍ଜି ,

ଆଗେ କୁକୁଡ଼ା କି ଅଣ୍ଡା

ଆଜି କାଲି ବଡ଼ ସମାଜ ସୁଧାରକ ଆଉ ସଚେତକ ବିପ୍ଲବୀ ସାଜିଛି ଏ ଅଣ୍ଡା

କରୁଛି ସଭିଙ୍କୁ ଲଣ୍ଡା ।

ବାହାରକୁ ଶକ୍ତ ଦିଶୁଥିବା ଶ୍ଵେତ ଚେହେରା ତାର ଭିତରୁ ପୁରା ନିରୀହ

ସତେ ଅବା ହଳଦୀ ମୁଖୀ ଲାଜକୁଳି ଲତା

ଟିଙ୍କା ମାରିଦେଲେ ନଖରେ ଟିକେ, ଫାଟି ହୋଇଯାଏ ହିନସ୍ତା

ତାର ଦୁଃଖ ଏମିତିକା କେତେବେଳେ କଢେଇ ଫେଁଣ୍ଡ

କେତେବେଳେ ଚାମଚା ବେଣ୍ଟ

କେତେବେଳେ ଧାରୁଆ ଛୁରୀ ର ପଛପଟ ଚୋଟ ଖାଏ

ନାଇଁ ଅଲଗା ରାସ୍ତା ।

ସହି ସବୁ ଆଳି ଅରଦଳି ,

ଖାଇ ମାଡ ଗାଳି ଭରୁଛି ସ୍ଵାଦ ସେ ଆମ ଖାଇବା ଥାଳିରେ ।

ମନେ ପଡେ...

ହଷ୍ଟେଲରେ ଥିବା ସମୟରେ ସେ ଥିଲା ଆମ ଅତି ପ୍ରିୟ,

ଦୁଇଟା ବାଡେଇ ଓମଲେଟ କରି ଖାଇ ଦେଲେ ତୁଟି ଯାଏ କଳି ରେ ।

ବିଦ୍ୟାଳୟ ମଧ୍ୟାନ ଭୋଜରେ ସେ ମହାରାଜା

ପୃଷ୍ଟି ଯୋଗାଉଛି ଶିଶୁଙ୍କୁ ।

ଗର୍ଭବତୀ ପାଇଁ ବଡ ଉପାଦେୟ ଅଟେ

ଖାଇଲେ 15-20 ଟା ମାସକୁ

ଦେଶୀ ,ବିଦେଶୀ, ଚାଇନିଜ ଖାଦ୍ୟରେ ସବୁଠି ତାହାର ଆଦର ବେଶୀ

ସେ ତ ସଭିଙ୍କ ପ୍ରିୟ ଖାନ୍ତି ସମସ୍ତେ ହସି ହସି ।

ସେଇ ଅଣ୍ଡା ଆଜି ବିପ୍ଲବୀର ଅସ୍ତ୍ର ସାଜିଛି

ପ୍ରତିବାଦର ସ୍ବର ସାଜିଛି

ନିଜର ବହୁମୁଖୀ ପ୍ରତିଭାକୁ ସମାଜକୁ ଦେଖାଉଛି ।

ସତେ ତାର ଉତ୍କଟ ଆଉ ଆଇଁସିଆ ଗନ୍ଧର ଶକ୍ତ ମାଡ ଖାଇ କଣ ଆମ ସମାଜ ସୁଧୁରୁଛି!!!!!

ଦେଖିବା ବାକି ଅଛି ।

✍ବଳରାମ ବାରିକ


Rate this content
Log in