STORYMIRROR

Dr Santosh Kumar Panda

Children Stories

4  

Dr Santosh Kumar Panda

Children Stories

ଅନ୍ନ ଭଗବାନ

ଅନ୍ନ ଭଗବାନ

1 min
317


ଯେପରି ଅନ୍ନ ସେପରି ମନ

 ଶୁଣ ଶୁଣ ପ୍ରିୟ ବାଳକଗଣ,

ଇଷ୍ଟଙ୍କୁ କରିଣ ସମର୍ପଣ

 କରିବ ସର୍ବଦା ଖାଦ୍ୟ ଗ୍ରହଣ।

ଅନ୍ନମୟ କୋଷ ବୃଦ୍ଧି ନିମିତ୍ତ

 ସୁଷମ ଖାଦ୍ୟ ଖାଇବ ଯେ ନିତ୍ୟ

ସାତ୍ତ୍ୱିକ ଆହାର ସବୁଠୁ ହିତ

 ଖାଇ ବସିବ ହୋଇ ଶୁଦ୍ଧ ପୂତ।

ଖାଇବା ବେଳେ କଥା ନ ହୁଅ

 ଯେତେ ଦରକାର ସେତିକି ନିଅ,

ସଙ୍ଖୁଡି କେବେ ଛାଡ଼ି ନ ଯାଅ

ଅନ୍ୟ ପାଇଁ ଖାଦ୍ୟ କର ସଞ୍ଚୟ।

ବିଶ୍ଵ ଖାଦ୍ୟ ସଂଗଠନ ତଥ୍ୟ

ଖାଦ୍ୟାଭାବେ କେତେ ମରନ୍ତି ଲୋକ,

 ଖଟାଇ ନିଜ ବୁଦ୍ଧି ବିବେକ

 ଖାଦ୍ୟ ବ୍ୟବହାର କର ବାଳକ।

ଖାଦ୍ୟ ମଝିରେ ପାଣି ନ ପିଅ

ଚୋବାଇ ଚୋବାଇ ତାହାକୁ ଖାଅ,

ପେଟକୁ ପୂର୍ଣ୍ଣ କରି ନ ଖାଅ

ବାୟୁ, ଜଳ ପାଇଁ ସ୍ଥାନ ତ ଦିଅ।

ଜିଭ ଲାଳସା ପୂରଣ ପାଇଁ

ଏଣୁ ତେଣୁ ଖାଦ୍ୟ ନିଅ ତ ନାହିଁ,

ରକ୍ତ, ମାଂସ, ମଜ୍ଜା ହୁଏ ଭାଇ

ପ୍ରକ୍ରିୟାକରଣ ହୋଇ ତ ସେହି।

 ଧନ୍ୟ ଧନ୍ୟ ତୁ ପ୍ରକୃତି ମାଆ 

 ଜଳ, ବାୟୁ, ଖାଦ୍ୟ ସାଇତି ଥାଆ,

 ଆନନ୍ଦ ହୁଏ ପ୍ରାଣୀର ହିଆ

 ଦେଖି ଈଶ୍ବରଙ୍କ ସୃଷ୍ଟି କିମିଆ।



Rate this content
Log in