ଅନଲାଇନ
ଅନଲାଇନ
କି ଯୁଗ ହେଲାରେ ବାବା
ସବୁ ଏଠି ଗୋଳମାଳିଆ
ଜୀବନଟା ଏଠି କମ୍ପୁଟର ପରା
ସବୁ ଅନଲାଇନ ଭଳିଆ।
ସେ ମୋବାଇଲ ହେଉ ବା ଦୂରଦର୍ଶନ
ସବୁରି ଭିତରେ ବନ୍ଦୀ ଜୀବନ
ଛାତ୍ର ଖୋଜେ ଏଠି ମୋବାଇଲ
କରିବ କ୍ଲାସ ସେ ଅନଲାଇନ।
ମହାମାରି ତୁ ଯେ କି ସମୟେ ଆସି
ବଦଳେଇ ଦେଲୁ ପରା ଆମକୁ
ପିଠିରେ ବୋହି ଯାଉଥିଲୁ ପଢିବାକୁ
ମହଣେ ଓଜନ ବହି ବସ୍ତାକୁ।
ଦିଲ୍ଲୀରେ ବସି ମନ୍ତ୍ରୀମାନେ ଯେବେ
ପହଞ୍ଚିଲେ ଆସି ପାଖରେ ଆମ
ଘରେ ବସିରହି ତାଙ୍କ ସାଥେ ଆମେ
କଥା ହେଉପରା ଅନଲାଇନ।
ଅନଲାଇନ ନୁହେଁ ଖୁସିର ଆସର
କ୍ରାଇମ ଚାଲୁଥାଏ ନିରନ୍ତର
ପୋଖତ ଅଟନ୍ତି ସେଠିକାର ଠକ
ନଜଗିଲେ ମାରିଦେବେ ଚୁନ ତୁମର।
ଅନଲାଇନ ଅଟେ ଆମ ଜୀବନ ପରିଧି
ଭଗବାତ ଟୁଙ୍ଗି ପରି ଅଟେପରା ଏହା
ସବୁ ଗୁଲିଖଟି,ଟୁପୁର ଟାପର,କଥା କଟାକଟି
ଅନଲାଇନର ପରିସର ଅଟେ ତାହା।
ଧନ୍ଯରେ କରୋନା ଅଟେ ତୋ ମାହାତ୍ମ୍ୟ
କି ବଖାଣିବି ତୋର ସେ ମହିମା
ତୋର ଆଗମନେ ବଦଳିଗଲା ଦୁନିଆଁ
ଅନଲାଇନ କଲା ତୋର ଗୁଣଗାନ।
ଅନଲାଇନ ପରା ଆମ ଜୀବନର ଅଙ୍ଗ
ଏକବିଂଶ ଶତାବ୍ଦୀର ଅଟୁ ପରାଙ୍ଗମ
ତୋ ବିନା କଟେନି ଦିନ ସାର ଜଗତର
ବସେ ଆସର ତୋ ସାଥେ ସବବୁଦିନ।
