STORYMIRROR

Priyabrata Mohanty

Children Stories Inspirational

3  

Priyabrata Mohanty

Children Stories Inspirational

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
263

 


ସମୟର ଚକ   ବଦଳି ଯାଇଛି

ବଦଳିଛି ପଢ଼ା ଶୈଳୀ

ଅନଲାଇନ ଯୋଗୁଁ   ଘରେ ପଢ଼ନ୍ତି

ସଭିଏଁ ଭାଇ ଭଉଣୀ ।।


କିଛି କହୁଥିଲେ   ଫୋନ ଦିଅନା

ପିଲେ ହେବେ ବାଟବଣା

ମାନସିକ ରୋଗେ   ହୋଇବେ ଆକ୍ରାନ୍ତ

ପାଇବେ ନା ନା ଯନ୍ତ୍ରଣା ।।


ଯେଉଁ ଫୋନ ଥିଲା   ଶ୍ରେଣୀରେ ମନା

ଦେଖାଇ ଦେଲା ଆଇନା

ଆଗଭର ହୋଇ   ପଢୁଛନ୍ତି ପିଲା

ନ ଶୁଣି କିଛି ବାହାନା ।।


କୋରନା ମାଡ଼ରେ  ରୋଜଗାର ଶୂନ

ଅସ୍ତ ବ୍ୟସ୍ତ ଏ ଜୀବନ

ବିଜୁଳିବିହୀନ   ଟାଉଆର ହୀନ

ନ ହୁଏ ଯୋଗ ସ୍ଥାପନ ।।


ସାଥେ ସାଥେ ରହି   ଶିକ୍ଷକ ଯହିଁ

ଦ୍ଵନ୍ଦ୍ୱ ଦୂର ନ ହୁଅଇ

କିପରି କରିବେ   ଏତେ ଦୂର ଥାଇ

ଖେଳ ତ ପଇସା ପାଇଁ ।।


ସରକାର କୁହେ   ଶିକ୍ଷା ତ ମାଗଣା

ଲାଗେ ବିଫଳ ଯୋଜନା

ବାଲାନ୍ସ ନଥିଲେ    କିଏ ଭରି ଦେବ,

ଚାଲିଛି ମିଥ୍ୟା ଘୋଷଣା ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍