ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା

1 min

164
କରୋନା କବଳେ କବଳିତ ଆଜି
ବିଶ୍ବ ଜନ ସମୁଦାୟ
ଜୀବନର ଗତି ଶିଥିଳ ହୋଇଛି
ମଣିଷ ତ ଅସହାୟ ।
ପ୍ରଗତି ପଥରେ କରୋନା ଭୂତାଣୁ
ସାଜିଛି ବଡ଼ ବାଧକ
ଶିକ୍ଷା ବ୍ୟବସ୍ଥାଟା ବେଶୀ କ୍ଷତିଗ୍ରସ୍ତ
ଚିନ୍ତାରେ ଅଭିଭାବକ ।
ଶିକ୍ଷାନୁଷ୍ଠାନରେ ତାଲା ଝୁଲୁଅଛି
ଛାତ୍ରଛାତ୍ରୀ ନିଜ ଘରେ
ଅନଲାଇନରେ ଶିକ୍ଷାଦାନ ଚାଲେ
କାମଚଳା ଉପାୟରେ ।
ଗ୍ରାମାଞ୍ଚଳ ପାଇଁ ଶତ ପ୍ରତଶତ
ନୁହେଁ ଏହା ଫଳପ୍ରଦ
ଆର୍ଥିକ ଦୁଃସ୍ଥିତି ନେଟଓ୍ବାର୍କ ଚିନ୍ତା
ସବୁଠୁ ବଡ଼ ବିପଦ ।
ନାହିଁ ମାମୁଁଠାରୁ କଣା ମାମୁଁ ଭଲ
ନୀତିକୁ ଆପଣା କରି
ଅନଲାଇନରେ ପଢୁଛନ୍ତି ପିଲେ
ହାତେ ମୋବାଇଲ ଧରି ।