ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା


ଶିକ୍ଷା ଆମର ମୌଳିକ ଅଧିକାର
ନିଜର ବିକାଶ ପାଇଁ
ଶିକ୍ଷା ଆମର ଅତି ଗୁରୁତ୍ୱପୂର୍ଣ୍ଣ
ଦେଶର ଉନ୍ନତି ପାଇଁ ।
ବିଦ୍ୟାଳୟ ହେଉ ମହାବିଦ୍ୟାଳୟ
ସହଜେ ଶିକ୍ଷା ମିଳଇ
ବିଭିନ୍ନ ଜ୍ଞାନକୁ ଜାଣିବା ପାଇଁ କି
ଅନଲାଇନ ଶିକ୍ଷା ସେଇ ।
ଶିକ୍ଷାର ସଶକ୍ତିକରଣ ଉଦ୍ଦେଶ୍ୟ
କମ୍ପ୍ୟୁଟରେ ଶିକ୍ଷା ଦାନ
ୱେବ ପୋର୍ଟାଲରେ ଜ୍ଞାନର କୌଶଳ
ଆଇ.ଟି. ଶିକ୍ଷା ପ୍ରଦାନ ।
କରୋନା ମହାମାରୀ ହେଲା ବାଧକ
ଶିକ୍ଷାରେ ବହୁତ କ୍ଷତି
ଅନଲାଇନ ପଢ଼ା ବିକଳ୍ପ ପନ୍ଥା
ପ୍ରଶାସନର ନିଷ୍ପତ୍ତି ।
ଅନଲାଇନ ଶିକ୍ଷା ତ ପ୍ରହସନ
ମୋବାଇଲ ତ ଜରୁରୀ
ଗରୀବ ପିଲାମାନଙ୍କ ଶିକ୍ଷା ପାଇଁ
ଧନ ହୋଇଲା ବଇରୀ ।
ନେଟୱାର୍କ ହେଲା ମହାନ ସମସ୍ୟା
ଅସୁବିଧା ସମ୍ମୁଖୀନ
ସହସ୍ର ଯୋଜନ ସହ ନଦୀ ପାରି
ଛାତ୍ରଛାତ୍ରୀ ଦୁଃଖ ଜାଣ ।
ଅନଲାଇନ ଶିକ୍ଷା ହେଲା ସଫଳ
ସହରୀ ପିଲାଙ୍କ ପାଇଁ
ଗଛ ପାହାଡେ ଗରୀବ ଛାତ୍ରଟି
ନେଟୱାର୍କକୁ ଦେଖଇ ।
ନେଟୱାର୍କର ସ୍ଥାନକୁ ଖୋଜନ୍ତି
ଶିକ୍ଷା ଆହରଣ ପାଇଁ
ବାରମ୍ବାର କଟି ଯାଏ ନେଟୱାର୍କ
ଜୀବନ ବିପଦେ ଥାଇ ।
ଅନଲାଇନ ଶିକ୍ଷା ନାବାଳକ ପାଇଁ
ଆଦୌ ନୁହେଁ ଶୁଭପ୍ରଦ
ବହୁ ଅସୁବିଧା ବିଭିନ୍ନ ଦିଗରୁ
ପିଲାଙ୍କ ଶିକ୍ଷା ଦୁଃଖଦ ।