STORYMIRROR

Shubhra Suchitra Mahanta

Others

2  

Shubhra Suchitra Mahanta

Others

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
181

ଅନଲାଇନ ଶିକ୍ଷା ଆଜି ହୋଇଛି ଜରୁରୀ 

ଅଫଲାଇନ ଶିକ୍ଷା ଆଗେ କରୋନା ବଇରି ॥


ସହଯୋଗ ଛାତ୍ରଛାତ୍ରୀଙ୍କର ପାଇଲେ ଶିକ୍ଷକ

ଡିଜିଟାଲ ଶିକ୍ଷା ପଦ୍ଧତି ହୋଇବ ସାର୍ଥକ ॥


କେଉଁ ଅଞ୍ଚଳରେ ନେଟ୍ ଅଛି କେଉଁଠି ନାହିଁ

ପିଲା ହେଉଛନ୍ତି ହଇରାଣ ପଢିବା ପାଇଁ ॥


କିଏ ଚଢେ ଗଛରେ ତ କିଏ ଖୁଣ୍ଟି ତଳେ 

ପାଠ ଟିକେ ପଢିବାକୁ ଜୀବନ ବିକଳେ ॥


ପଢ଼ା ସମୟରେ କେବେ ଫୋନ୍ ହୁଏ ବ୍ଲାଷ୍ଟ

କିଏ ଜାଣେ କେବେ ନିଃଶ୍ଵାସ ହେବ ଲାଷ୍ଟ ॥


ପରିସ୍ଥିତି ଉପୁଜିଲେ କରିବାକୁ ପଡେ ସବୁ

ସମସ୍ୟାର ସମ୍ମୁଖୀନ ହେଲେ ସମାଧାନ ଲଭୁ ॥


ଚାହଁ ଯଦି କରୋନା ଠୁଁ ରହିବାକୁ ଦୂରେଇ

ଅନଲାଇନ ଶିକ୍ଷା କୁ ଗ୍ରହଣ କର ଭାଇ ॥


ପାଠ ନବୁଝି ପାରିଲେ ପଚାର ବାରମ୍ବାର

ସବୁ ବିଷୟ ଗୋଟି ଗୋଟି ପଢ଼ ଥରକୁ ଥର ॥


Rate this content
Log in