STORYMIRROR

Arundhati Jena

Others

2  

Arundhati Jena

Others

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
121

ବିଦ୍ୟାଳୟ ଆଜି ସଂଗରୋଦ୍ଧ କେନ୍ଦ୍ର

         କି କରୋନା କାଳ ଆଇଲା

ଶିକ୍ଷା ବ୍ୟବସ୍ଥା ଟି ଫୋନ ମାଧ୍ୟମ ରେ

     ଅନଲାଇନ ଶିକ୍ଷା ପରିଚୟ ପାଇଲା।

ସବୁ ପିଲାଙ୍କର ଫୋନ ଆବଶ୍ୟକ

       ମୋବାଇଲ ଦୋକାନ ଗହଳି

ଧାନ,ମୁଗ,ବିରି ସବୁ ବିକି କରି

       ମୋବାଇଲ ଆସେ ସବୁରି।

ଅନଲାଇନ ଶିକ୍ଷା ଆଳ ରେ ପିଲାଏ

     ପବଜି ,ଫ୍ରିଫାୟର ଖେଳନ୍ତି

ପିଲା ସବୁ ପାଠ ପଢୁଛନ୍ତି ଭାବି

    ବାପା ମାଆ ଖୁସି ହୁଅନ୍ତି।

କେଉଁଠି ପୁଣି ନେଟୱର୍କ ନାହିଁ

     ପିଲେ ଚଢ଼ନ୍ତି ପାଣି ଟାଙ୍କି ଉପରେ

ଆଉ କେଉଁଠି ସେମାନେ ଇଣ୍ଟରନେଟ୍

      ପାଇଁ ଚଢ଼ୁଛନ୍ତି ବୃକ୍ଷପରେ।

ଅନଲାଇନ୍ ଶିକ୍ଷା ଜଳ ଜଳ ହେଇ

        ନାଚୁଛି ଆଖି ଆଗରେ

ଶିକ୍ଷା ଲାଭ ଯଦି ମୋବାଇଲ ରେ ହୁଅନ୍ତା

        ଶିକ୍ଷକ ଅଛନ୍ତି କାହିଁରେ।

ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଆଳରେ

     ମୋବାଇଲ ହାତୁ ଛାଡୁନ

ଯେତେ ଭୁଆଁ ଘାସ ମଡଉଛ ପିଲେ

     ଜାଣୁ ଆମେ ସବୁ କାରଣ।

ଶିକ୍ଷାଦାନ ଆଜି ଫୋନ୍ ରେ ଝୁଲୁଛି

        ଅତି ଅସହାୟ ହୋଇରେ

ପାଠପଢା ସବୁ ଚୁଲି କୁ ଗଲାଣି

   ପିଲେ ମୋବାଇଲ ପ୍ରେମୀ ହୋଇଲେ।

ଏମିତି ଯଦି ଏ କରୋନା ରହିବ

         ଆଉ କିଛି କାଳ ପାଇଁ

ମୋବାଇଲ୍ ଛଡା ତୁମେ ଆଉ ବୋଧେ

       କାହାକୁ ଚିହ୍ନିବ ନାହିଁ।

ଜଗତ ର ନାଥ ଆହେ ଜଗନ୍ନାଥ

         କରୁଛି ତୁମକୁ ଗୁହାରି

କରୋନା ହଟେଇ ସାରା ସଂସାର ରୁ

         ଦୟା କର ବିଶ୍ବବିହାରୀ।

ନହେଲେ ହେ ପ୍ରଭୁ ଦେଶ ଭବିଷ୍ୟତ

           ମୋବାଇଲ୍ ଦିନେ ଖାଇବ

ଅନଲାଇନ୍ ଶିକ୍ଷା ଆଳରେ ପିଲାଙ୍କୁ

          ମୋବାଇଲ୍ ମାନିଆ ହୋଇବ।



Rate this content
Log in