STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅନଲାଇନ ପରୀକ୍ଷା

ଅନଲାଇନ ପରୀକ୍ଷା

2 mins
169


ମୁଁ ଦଶମ ଶ୍ରେଣୀର ଛାତ୍ରୀ

ମୋତେ ପରୀକ୍ଷା ଦେବାକୁ ହେବ

ନ ହେଲେ ପାଠ ପଢି଼ବା 

ଶୁଖୁଆ ପୋଡା଼ରେ ଯିବ।


ମୁଁ ଜଣେ ଗରିବ ବାପାର ଝିଅ

ଓଳିଏ ଖାଇଲେ ଆର ଓଳିକି ଉପବାସ।


ଅନ୍ ଲାଇନ୍ ପରୀକ୍ଷା ହେବା ଶୁଣି ମଉନ ହୋଇ ଶୋଇଲି

ମୁଁ ବାପାଙ୍କୁ କହି ପାରୁଥିଲି ନା ସହି ପାରୁଥିଲୁ

ପୋଡି଼ ଯାଉଥିଲା ତନୁମନ

ଦଣ୍ଡେ ମରି ଦଣ୍ଡେ ଜୀଇଁ ଯାଉଥିଲି ବାରମ୍ବାର।


ମୋ ନୀରବତା ବାପା ବୁଝିଲେ

ଦିନେ କିଣିଆଣି ଧରେଇ ଦେଲେ ସ୍ମାଟ ଫୋନଟିଏ

ଯାହା ପରୀକ୍ଷା ଦେବାକୁ ସୁବିଧା ହିଁ ହେବ। 


ବାପା ଶିକ୍ଷାରେ ଅକ୍ଷର ଶୂନ ଭଟ୍ଟାଚାର୍ଯ୍ଯ

ଶିକ୍ଷାର ମହତ୍ତ୍ବକୁ ବୁଝି

କିଣି ଆଣିଲେ ସିନା 

ଚଲେଇବା କାଠିକର ହେଲା

ଏକରେ ତ ନେଟୱାକର ଅସୁବିଧା ପୁଣି

ଫୋନ ଚଲେଇବା କାଠିକର ପାଠ।


ଫୋନ୍ ଶିକ୍ଷା ସମାପ୍ତ ହୋଇ ପାରିଲାନି

କାରଣ ଆମେ ମଫସଲି ଲୋକ।


ତଥାପି ପରୀକ୍ଷା ନିଶାରେ

ସାଇକେଲରେ ଦୌଡି଼ଲି ଦଶ କି.ମି

ଯେଉଁଟି ସାପ୍ତାହିକୀ ହାଟ ବସୁଥିଲା।


ମୁଁ ବସିଗଲି ଏକ ଦୋକାନର ବାରଣ୍ଡାରେ

ଯେଉଁଠି ଭରପୂର ଟାୱାର ଆସୁଥିଲା

ଅନ୍ କଲି ଫୋନ୍ ଆଉ ଆରମ୍ଭ କଲି ପରୀକ୍ଷା

ଶ୍ରେଣୀରେ ପ୍ରଥମ ହୁଏ ବୋଲି ସଭିଙ୍କର ଆଶା କି 

ଏ ୱାନ ନିଶ୍ଚୟ ଆସିବ ଫଳାଫଳ।


ହାଟ ଆରମ୍ଭ ହୋଇଗଲା

ଭରପୂର ଜନ ଗହଳି 

ଦୋକାନୀ ମାଲିକ ତଡି଼ ଦେଲା ଦୂରକୁ

ଯେଉଁଠି ଲେଖିବାକୁ ଅସମ୍ଭବ କଷ୍ଟ।


ସରକାରଙ୍କ ଯୋଜନା ଭଲ 

ହେଲେ ମୋ ପରି ଗରିବ ବାପାଙ୍କର ଝିଅମାନେ କଣ 

ସୁବିଧା ପାଇ ପାରୁଥିବେ?


ପ୍ରଶ୍ନ ମୋର 

ଉତ୍ତର ନିଶ୍ଚୟ ଦେବେ।


ଆଉ ଏକ ସ୍ଥାନକୁ ଯାଇ ଲେଖିବା ଆରମ୍ଭ କଲି 

ହେଲେ ସମୟ ଅତିକ୍ରାନ୍ତ ହେଲା

ଭଗ୍ନ ମନୋରଥରେ ଫେରିଲି ଘରକୁ।


ବାପା ପଚାରିଲେ ଝିଅ ଭଲ ହୋଇଛି ତ?

ମୁଁ ମୁଣ୍ଡ ତଳକୁ କରି ଲୁହ ଝରେଇଲି

ମୋର ନୀରବତା ବୁଝି ଦୁଇ ଟୋପା ଲୁହ 

ଢାଳିଦେଲେ ଆଉ 

ହଠାତ୍ ତାଙ୍କର କଣ ହେଲା କେଜାଣି?

ଟଳି ପଡି଼ଲେ ଭୂତଳେ।


ଏକ ପୁରୁଷ ଶେଷ ହୋଇଗଲା।


ଲୁହ ଓ କୋହରେ ଭାଙ୍ଗି ପଡି଼ଲି

କେତେ ଭଲ ପାଉଥିଲେ ବାପା

ମୋର ନୀରବତାକୁ ବୁଝୁଥିଲେ ପ୍ରତିକ୍ଷଣ


ମାଆ କିନ୍ତୁ ସର୍ବଦା ରାଗି କହୁଥିଲେ

ରାକ୍ଷସୀ !

ବାପାଙ୍କୁ ତ ଖାଇବୁ

ଖାଇବା ତ କାହାରି ପେଟକୁ ହେଉନି

ଅଥଚ ତୋର ପାଇଁ ଫୋନଟିଏ ଲୋଡା଼,ନୁହେଁ?


ମାଆଙ୍କ କଥା ସତ୍ଯ ହେଲା

ମୁଁ ରାକ୍ଷସୀ ବାପାଙ୍କୁ ଖାଇଗଲି।


ବାପା ମୋର ଆର ପାରିରେ

କଣ ମୋର ସୁଖ ଦେଖୁଥିବେ?


ଆଜି ପରୀକ୍ଷା ଫଳାପଳ ଶୂନ

ଫେଲ ହୋଇ ଯାଇଛି ବାର୍ଷିକ ପରୀକ୍ଷାରେ।


ଫୋନ୍ ଅନ୍ ଆଉ ଅପ୍ 

ଅପ୍ ଆଉ ଅନ୍ କରିବା ଓ 

ସ୍ଥାନ ପରିବର୍ତ୍ତନ ହିଁ 

ଫେଲ ହେବାର ମୂଳ କାରଣ।


ଆଜି ମାଆ କୋରି ଖାଉଛନ୍ତି

ତୋର ଫୋନ୍ ଦରକାର ଥିଲା ବସିକି ଚାଟୁଆ

ବାପାଙ୍କୁ ତ ଖାଇଲୁ

ମୋର ଜୀବନଟା ବାକି ରହିଗଲା,ନୁହେଁ?


ତାଙ୍କ ଆଖିରେ ଅସରନ୍ତି ଲୁହ।


ପାଠ ପଢି଼ବା ଭୁଲ

ନା ଫୋନ୍ ଯୋଗାଇବା ଭୁଲ?


ସତରେ !

ଅନ୍ ଲାଇନ୍ ପରୀକ୍ଷା

କେତେ ସଫଳ ସେହିମାନେ ହିଁ ବୁଝିଥିବେ

ଯେଉଁମାନେ ଅଙ୍ଗେ ଲିଭେଇଛନ୍ତି।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍