ଅଙ୍ଗୀକାର
ଅଙ୍ଗୀକାର
ଶିବ ସଙ୍ଗେ ଶକ୍ତି ସମ୍ମାହିତ ହେଲେ
ହୋଇଯାଏ ଶିବଶକ୍ତି
ଶକ୍ତି ବିନା ଶିବ 'ଶବ'ର ସମାନ
ଅଧା ପ୍ରାଣ ଅଧା ମୁକ୍ତି ।
ଶିବ ମହାଯୋଗୀ ପ୍ରଣବ ସଂଯୁକ୍ତ
ଶ୍ମଶାନ ଯାହାର ଘର
ଭଷ୍ମର ଲେପନ ଜନ୍ମ ମୃତ୍ୟୁ ତତ୍ତ୍ୱ
ଏକବିଧର ପ୍ରମାଣ ।
ଅଜନ୍ମା ଅଜର ଅଛମର ରୂପ
ଜୀବର ଜୀବ ଜୀବନ
ମହା ସଂକଟରୁ କରେ ପରିତ୍ରାଣ
ହୁଏ ମୃତ୍ୟୁର କାରଣ ।
ଆଦିଶକ୍ତି ମହାମାୟା ଚଣ୍ଡ ମୁଣ୍ଡ
ମାଳା ଖର୍ପରଧାରିଣୀ
ଯୋଗମାୟା ବସେ ସକଳ ଘଟରେ
ସେହି ମଙ୍ଗଳକାରିଣୀ।
ଅର୍ଧଅଙ୍ଗ ସ୍ୱରୂପିଣୀ ଶିବ ସଙ୍ଗେ
ବିନାଶର ହର୍ତ୍ତାକର୍ତ୍ତା
ସଂହାରକ ଭାବେ ଜଡିତ ଅଙ୍ଗରେ
ଶିବ ସଂହାର କରତା ।
ପ୍ରଣମୁଛି ସେହି ସଂଯୁକ୍ତ ଚରଣେ
ସଂହାରରୁ ତ୍ରାଣ ପ୍ରାଣ
ବିଲିନ କରାଅ ନିଜ ପାଦପଦ୍ମେ
ଏତିକି ମୋ ନିବେଦନ ।
