STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଅଙ୍ଗେ

ଅଙ୍ଗେ

1 min
316


ଅଭିଭକ୍ତ ନୁହେଁ ଶରୀର ସାମ୍ରାଜ୍ୟ 

ନୁହେଁ ଏ ଆଙ୍ଗିକ ଭୂଇଁ  

ଏ ମାଟି ସେ ମାଟି ନୁହେଁ ଯେ ଅଲଗା 

ଏଠି ପୂର୍ବ ପୁରୁଷ ଛାଇ  ll


ମା ଖିରେ ନାହିଁ ଅଲଗା ସୁଆଦ 

କୋଳ ତାର ଏକ ଦୋଳି 

ତା ପଣତ ଛାଇ ତା କୁହୁକ ଗୀତ 

ଅଙ୍ଗେ ଅଙ୍ଗେ ଅଛି ବୋଳି   ll


ବଢିଛୁ ଗଢିଛୁ ଏଇ ମାଟି ଗଣ୍ଡେ 

ମାଟିର ଶରୀର ପାଇ  

ମରିଗଲେ ସର୍ବେ  ହରିବୋଲ ପାଇ 

ଛୁଇଁବା ଶ୍ମଶାନ ଭୂଇଁ  ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍