Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ଅନ୍ଵେଷିତା ପାରିଜାତ ।

ଅନ୍ଵେଷିତା ପାରିଜାତ ।

1 min
6.4K


ଅନ୍ଵେଷିତା ପାରିଜାତ ।

ପାରିଜାତ ଟିଏ, ଶୂନ୍ୟ ବୃକ୍ଷରୁ ଝଡ଼ିଲି,ଖସି ପଡିଲି ବୃକ୍ଷ ମୁଳେ ଶୋଇଥିବା ବାଟୋଇର ଛାତି ଉପରେ, ତୋଳିନେଲା ସେ ଆଦରି , ମୋ ସୌରଭେ ଭରି ଉଠିଲା ତା ଶୟନକକ୍ଷର ପ୍ରତିରାତି, ସାଥୀଟିଏ ଅଛି ପିଛା ଛାଡୁନାହିଁ ଏ ଜୀବନ ଜଞ୍ଜାଳ । (୧)

ଶାବକ ପକ୍ଷୀ ଉଡ଼ିଗଲା ଡେଣା ମେଲି ଖୋଜି ନୂଆ ଏକ ନିଡ଼ ଶୂନ୍ୟ ଆକାଶକୁ ପଚାରିଲି ପାରିଜାତର -----------------! ସୃଷ୍ଟି ରହସ୍ୟ କଣ ? ପ୍ରକୂତର ଅବିରାମ ତ୍ୟାଗ ନୂତନ ସୃଷ୍ଠି ଅନ୍ତରାଳେ ପୁରୁଷର ଯୌନ ପିପାସାର ଏକ କ୍ରୀଡାର ମାଧ୍ୟମ ତାରି ଅନ୍ତରଦାହ କଣ ? ମୂଲ୍ୟହୀନ, ଗନ୍ଧର୍ବ କି କିନ୍ନର ଜାଣେ ନା ତାକୁ ବୈରାଗ୍ୟତାର ଆବେଷ୍ଠେନି ଭିତରେ ହେଲା ତା ସହ ଆତ୍ମସାକ୍ଷାତକାର, ପୁଣି ଶେଷ ଵିନ୍ଦୁରୁ ଆରମ୍ଭ ପ୍ରେମ,ଭକ୍ତି ,ସମର୍ପଣର ଖେଳ ବେଳାଭୂମିରେ ଏ କାହାର ପାଦଚିହ୍ନ , ରୌଦ୍ର ଗ୍ରୀଷ୍ମପ୍ରବାହରେ ବେଣା ଚେର ଦେଇ ପ୍ରଭାହିତ ସୁବାସିତ ଶୀତଳ ପବନ , ଅନୁସରଣ କଣ ? ପ୍ରକୃତି ନା ବିକାର କ୍ରମ ନା ବ୍ୟତିକ୍ରମ ଦ୍ବିଧା ନା ଭ୍ରମ, ଶଙ୍କା ନା ଭୟ ଅନ୍ଧାର ନା ଆଲୁଅ ବିବସତା ନା ବିଡ଼ମ୍ବନା ଅନ୍ଵେଷିତା ପାରିଜାତ-------।

ରାମ ପ୍ରସାଦ ବିଶୋଇ(କାଶ୍ୟପ) ରାୟଗଡା ତା*୨୯-୦୫-୧୬, ରାତ୍ର-୯ ଟା ।


Rate this content
Log in