STORYMIRROR

Meenakshi Padhy

Others

3  

Meenakshi Padhy

Others

ଅନେକରେ ଏକ

ଅନେକରେ ଏକ

1 min
183

ରୂପ, ବେଶ, ଭାଷା ଅନେକ ହେଲେ ବି

ଗୋଟିଏ ମାଆର କୋଟି ସନ୍ତାନ,

ଭାରତ ଜନନୀ ଗର୍ଭ ଗରିବିଣୀ

ମାତୃତ୍ୱ ଆଜି ତା ହୋଇଛି ଧନ୍ଯ...।

ହିନ୍ଦୁ, ମୁସଲିମ, ଶିଖ୍ ଓ ଈଶାଇ

ବୌଦ୍ଧ, ଜୈନ ଫୁଲର ହାର,

ଗଳେ ଲମ୍ବାଇଛି ଶୋଭା ବଢ଼ାଇଛି

ସଂସାରେ ଏ ପରା ମୁଲକ ସାର...।

ସଭିଁଙ୍କୁ ଦେଇଛି ସମ ଅଧିକାର

ନାହିଁ ତା ପାଖେ କେ ବଡ଼ କି ସାନ,

ସାର୍ବଭୌମତ୍ୱର ମନ୍ତ୍ରରେ ଦୀକ୍ଷିତ

ସବୁ ଜାତି, ଧର୍ମ, ବର୍ଣ୍ଣ ସମାନ...।

ଜାତୀୟତା ନୁହେଁ ବଡ଼ ଆମ ପାଇଁ

ବଡ଼ ନୁହେଁ ଧନ, ଉଚ୍ଚ ଆସନ,

ହାତେ ରଖି ହାତ କରିବା ସୁରକ୍ଷା

ଦେଶ ଜନନୀର ମାନ ସମ୍ମାନ...।

ଏକରୁ ଅନେକ, ଅନେକରେ ଏକ

ଗୋଟିଏ ହେଉ ରେ ଆମରି ମନ,

ଗୋଟିଏ ରହିବ ଆମ ପରିଚୟ

ଭାରତ ମାଆର ଆମେ ସନ୍ତାନ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍