STORYMIRROR

Pranati Mahapatra

Others

3  

Pranati Mahapatra

Others

ଅନେକ ଫୁଲର ଗୋଟିଏ ମାଳ

ଅନେକ ଫୁଲର ଗୋଟିଏ ମାଳ

1 min
778





କି ମୂଲ୍ୟ ଅଛି?

କି ମୂଲ୍ୟ ଅଛି, ଏତେ ସବୁ ର

ହଜାର ହଜାର ଟଙ୍କା ଅପବ୍ୟୟ,

ଦିନ ଦିନ ନଷ୍ଟ ସମୟ,

କୁଢ କୁଢ଼ ଉପହାର,

ସମାଜକୁ କଳୁଷିତ କରି

ବିଚିତ୍ର ଭାବଭଙ୍ଗୀର ଚିତ୍ର ଦେଖାଇ,

ଅଦ୍ଭୁତ ନିଷ୍ପତ୍ତି ନେବାର,ଅବା

ପ୍ରତିଶ୍ରୁତି ଦେବାର ।



ମନ ଭିତରେ ଯଦି ସ୍ନେହ ଶ୍ରଦ୍ଧା ନାହିଁ,

ପରକୁ ଆପଣା କରିବାର

ହୃଦୟ ଟିଏ ନାହିଁ,

ନିଃସହାୟ କୁ ସହାୟତାର

ହାତ ବଢାଇବାର ମନ ନାହିଁ,

ବାପା ମାଆଙ୍କ ପ୍ରତି ଭକ୍ତିଭାବ ନାହିଁ,

ସନ୍ତାନ ପ୍ରତି ମମତା ଭାବ ନାହିଁ,

ସମାଜକୁ ସ୍ଵଛ କରିବାର

ଶପଥ ଭାବ ନାହିଁ,

ତେବେ ଏ ମିଛ ପ୍ରହସନ କଣ ପାଇଁ?

ଯଦି ଆମ ପ୍ରତି ,ବା ଆମ ପାଇଁ

କର୍ତ୍ତବ୍ୟ ରତ ବ୍ୟକ୍ତିତ୍ୱ ମାନଙ୍କୁ

ଉପଯୁକ୍ତ ସମ୍ମାନ ଦେଇପାରନ୍ତେ ,

ଜୀବନଧନ୍ୟ ହୋଇଯାଆନ୍ତା ଆମର।


ଯଦି

ଖାଦ୍ୟ ଦିବସ,

ବସ୍ତ୍ର ଦିବସ,

ମଣିଷପଣିଆର ଦିବସ

ମାନବିକତାର ଦିବସ

ପାଳନ କରନ୍ତେ ...

ଏ ସମାଜରେ ସମସ୍ତେ ସମସ୍ତଙ୍କ ର

ଆପଣାର ହୋଇ ଯାଆନ୍ତେ।

ସଭିଏଁ ଏକ ହୋଇ ଯାଆନ୍ତେ ।

ସମସ୍ତେ ଏକତା ସୂତ୍ରରେ ବାନ୍ଧିହୋଇ

ଗୋଟିଏ ସ୍ଵରରେ ଗାଇ ଉଠନ୍ତେ

ଆମେ ଅନେକ ଫୁଲର

ଗୋଟିଏ ମାଳଟିଏ।


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


Rate this content
Log in