STORYMIRROR

Satyabati Swain

Others

3  

Satyabati Swain

Others

ଅନ୍ଧତ୍ୱରୁ ମୁକ୍ତି

ଅନ୍ଧତ୍ୱରୁ ମୁକ୍ତି

1 min
280


ଏମିତି ଗୋଟେ ସୁଡଙ୍ଗ

ଅନ୍ଧାର ରାଜା ସେଠି

ଦର୍ପଣ ଇଜ୍ଜତ ଲୁଟେ

ଫରକ୍ କଣ ଯେ

ଏଠି ତ ସବୁ ଅନ୍ଧାର!!


ସମସ୍ତେ ଅନ୍ଧ

ଅନ୍ଧାର ସବୁରି ମନ

ତୋ ଇଚ୍ଛା ତୁ ଯାହା କର

ବିଚ୍ ରାସ୍ତାରେ ରେପ୍ ଆଣ୍ଡ ମର୍ଡର କର୍

କେହି କିଛି ଦେଖି ପାରିବେନି

ସମସ୍ତେ ବା ଅନ୍ଧ।


ତୁ ନ୍ୟାୟ ମାଗିବୁ!

କେଉଁଠି

କାହାକୁ

ସେଠି ବି ଅନ୍ଧାର ରାଜୁତି

ଡନଙ୍କ ଆତଙ୍କ

ବଡ଼ବଡ଼ିଆଙ୍କ ଇସାରାରେ

ଚାଲେ ସବୁ କାର୍ଯ୍ୟ

ରଫା ଦଫା ହୁଏ

ନାଯ୍ୟ ଅଧିକାର

ତୋ ବଳ ବୟସ ସରିଯିବ

ଏମିତି ପାଉଥିବୁ

ଗୋଟେ ପରେ ଗୋଟେ ତାରିଖ।


କଣ କହିଲୁ?

ଫୁଲାଫାଙ୍କା ଜୀବନ

ତୁ ଜୀଇଁବୁ

ଯାଆ... ମ

ତୁ କେଉଁ କ୍ଷେତର ମୂଳି କି

ରଥୀ ମହାରଥୀ 

ଗଗନେ ଉଡନ୍ତି

ତୁ ତ ତୁଳାଟା

କୁଆଡେ ନାଇଁ କୁଆଡେ ଉଡିଯିବୁ

ଅତାପତ୍ତା ମିଳିବନି

ଯା ଯା ଘୁମେଇ ପଡ଼ିବୁ କେଉଁଠି

ଏଠି ତୋ ପାଇଁ 

ଜାଗା ନାଇଁ ମୁଣ୍ଡ ଗୁଞ୍ଜିବାକୁ।


ହଁ ଯଦି ଧୈର୍ଯ୍ୟ ଅଛି

ଗୋଟେ ସକାଳକୁ ଅପେକ୍ଷା କର

କେଜାଣି ସୁଡଙ୍ଗ ଶେଷରେ ହୋଇ ପାରେ 

କାଳେ ସୂର୍ଯ୍ୟୋଦୟ

କାଳେ ସେଠି ତୋ ମୁଣ୍ଡେ

ହାତୀ ସୁନା କଳସ ଢାଳିପାରେ

ହୁଏତ ତୁ ହେଇପାରୁ

ନିର୍ଜନ ଦ୍ବୀପର ସମ୍ରାଟ

ସେଠି ଯମୁନା ନଥାଇ

କୃଷ୍ଣ ନଥାଇ

ଥାଇ ପାରେ ବଂଶୀ ସ୍ଵନ

ତୋତେ " ଅନ୍ଧତ୍ୱରୁ ମୁକ୍ତି 'ଦେଇ 

କରି ପାରେ ଯୁଗ ଯନ୍ତ୍ରଣାରୁ ମୁକ୍ତି।



Rate this content
Log in