STORYMIRROR

Kumarlal Rana

Others

4  

Kumarlal Rana

Others

ଅନ୍ଧକାର

ଅନ୍ଧକାର

1 min
193

ନୀଳିମା ଆକାଶ   ଚନ୍ଦ୍ର ଆଲୋକରେ 

      ଦିଶଇ କେଡ଼େ ସୁନ୍ଦର l

କୋଟିକୋଟି ତାରା   ମିଞ୍ଜି ମିଞ୍ଜି ଜ୍ୟୋତି 

     କିରଣେ ଲଭନ୍ତି ସାର l

ଚନ୍ଦ୍ର ବିନା ରାତି    ଅନ୍ଧକାର ଲଭେ 

     ତାରକା ଜ୍ୟୋତି କେବଳ l

କଳା ରଙ୍ଗ ବେଶେ  ସଜାଇ ଆକାଶେ

      ମହୀରେ ଦିଶେ ଉଜ୍ୱଳ l

ଘୋର ଅନ୍ଧକାର     କିଟିକିଟି ଶବ୍ଦ  

    ତାରକାର ମିଞ୍ଜି ମିଞ୍ଜି l

ଜ୍ୟୋତି ଆଲୋକରେ   ଶୋଭା ଦିଶେ ନଭ 

      ନବ କିରଣରେ ସାଜି l

  ଧ୍ରୁବ ତାରା ସଂଗେ    ସପ୍ତର୍ଷି ମଣ୍ଡଳ 

       ଭ୍ରମଣ କରନ୍ତି ରଙ୍ଗେ l

ତ୍ରିଶଙ୍କୁ ତାରକା    ଆକାଶ ମାର୍ଗରେ 

      ଭ୍ରମଇ ନୀଳ ତରଙ୍ଗେ l


Rate this content
Log in