STORYMIRROR

କଳ୍ପନା ରାୟ

Others

2  

କଳ୍ପନା ରାୟ

Others

ଅନ୍ଧକାର

ଅନ୍ଧକାର

1 min
105


ଅନ୍ଧକାର ତୁମେ 

ଆଗମନୀ ବାର୍ତ୍ତା

ଆଲୋକର

ତୁମେ ଇ ତ

ଦିଅ ସନ୍ଧାନୀ ବାର୍ତ୍ତା

ଜ୍ଞାନର


ହଁ, ତୁମେ ତ

ଅମାବାସ୍ୟାର ଚିହ୍ନ

କେତେ ପର୍ବପର୍ବାଣୀ

ଆସେ ତୋ ସହ

କି ସୁନ୍ଦର ଦୀପାବଳି

ଖୁସି କରେ ସବୁରି ମନ


ତୁମକୁ ଦେଖି

ଡରିଯାଏ କେହି

ପ୍ରାୟ ସବୁ ପିଲା

ଡରକୁ ଆଣିଥାଅ କି

ଅସାମାଜିକ ବ୍ୟକ୍ତିଙ୍କ

ହୁଏତ ହୁଏ ସୁବିଧା


ହଁ ତୁମେ ରାତିକୁ

ନେଇ ଆସ

ଜଗନ୍ନାଥଙ୍କର

ଘଟ ପରିବର୍ତ୍ତନ

ଅନ୍ଧକାରରେ ହିଁ

ହୋଇଥାଏ ତ


ହଁ, ସ୍ବପ୍ନର ତୁମେ

ଚିର ସହଚର

କୃଷ୍ଣଙ୍କର ବଂଶୀ

ଅନ୍ଧାରରେ ବି ଯଦି ଶୁଭେ

ରାଧା ପାଗଳପ୍ରାୟ

ହୋଇ ଯମୁନା ଦୌଡନ୍ତି


ଅନ୍ଧାକାର, ତୁମେ

ଜୀବନର ଏକ ଅଂଶ

ତୁମେ ନ ଥିଲେ

ଆଲୋକର ମୂଲ୍ୟ

କିଏ ଵୁଝିଵେନି

ଅଜ୍ଞାନ ଦୂର ହେଵନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ