Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Others

3  

Abhisek Mohapatra

Others

ଅନ୍ଧଗଳି

ଅନ୍ଧଗଳି

1 min
353



ଏବେ ମୁଁ ମୋ ପରିଚୟର ଅନୁସନ୍ଧାନରେ ,

ଫସିଯାଇଛି କେଉଁ ଏକ ଅନ୍ଧଗଳିରେ ।

କାହାକୁ କି ପ୍ରଶ୍ନର ଉତ୍ତର ଦେବି ?

ଯିଏ ମୋତେ ଜନ୍ମ ଦେଇଥିଲେ ,

ନା ଯାହାକୁ ମୁଁ ପ୍ରେମ କରୁଥିଲି ,

ଇଚ୍ଛା ହୁଏ ନିଜକୁ ମୁଁ କେଉଁଆଡେ ହଜାଇଦେବି !


ଏମିତି କୋଣଟିଏ ପାଏନି ଏ ଗୋଲାକାର ପୃଥିବୀରେ ,

ଅନ୍ଧାରକୁ ଅଣ୍ଡାଳିବାରେ ମୋ ଦିନ ସରେ ,

ଜୀବନର ଗୋଲକ ଧନ୍ଦାରେ !


ଯେବେ ରାତିହୁଏ ମୁଁ ନିଜକୁ ନିଜେ ପଚାରେ - 

ମୁଁ ଠିକ୍ କରିଛି ନା ଭୁଲ୍ କରିଛି ?

ମୁଁ ଧର୍ମ ପଥରେ ଅଛି ନା ଅଧର୍ମ ପଥରେ ?


ଏ ସନ୍ଦିହାନ ପ୍ରଶ୍ନ ଙ୍କୁ ଜାଣିନି ମୁଁ ,

ମୁଁ ଖାଲି ଏତିକି ଜାଣେ ମୁଁ ଏକ ଅନ୍ଧଗଳିରେ !


ତଥାପି ମୁଁ ବାଟ ଅଣ୍ଡାଳେ ,

ପହଞ୍ଚିବାକୁ ଶୀର୍ଷ ସ୍ଥାନରେ ,

କେଉଁ ଏକ ବେନାମୀ ଅନ୍ଧଗଳିରେ 

                     ୦-୦-୦



Rate this content
Log in