ଅନ୍ଧାରି ଘରେ
ଅନ୍ଧାରି ଘରେ
1 min
385
ଆଲୁଅ ଲୁଚିଛି ଅନ୍ଧାରି ଘରେ
ପ୍ରତାରଣା ଛନ୍ଦ କପଟରେ ।
ସମୟ ପାଖେ ବିବେକ ହଜିଛି
ମଣିଷର ଚଲା ବାଟରେ ।।୧।।
ଲୁଟୁଛି ଲୁଟେରା ଦିଗହରା ପଥେ
ନିଶାଗ୍ରସ୍ତ ଦୁନିଆରେ ।
ଜୀବନ ଖୋଜୁ ଜୀବନଟି
ମରୁଚଲା ବାଲି କୂଳରେ ।।୨।।
ଦିନ ଆସେ ଏଠି ଆଶା ଭରି ନଈ
ଫୁଲ ଫଳ ପ୍ରକୃତିର ଚଟାଣରେ ।
ଅପରାହ୍ନ କିନ୍ତୁ, ସଞ୍ଜ ଆଗମନେ
ଭାବୁଛି ଅନ୍ଧାରି ଘରେ ।।୩।।
ସୁନୀଳ ଆକାଶେ ଭାବନା ଚେଇଁଛି
ଆଳାପର ସବୁ ଛାଇରେ ।
ନିଦ ଆପଣାର ବିଛଣାରେ ନୀତି
ଭିଜୁଛି ଶେଜ ସ୍ୱପ୍ନରେ ।।୪।।
