STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଅନ୍ଧାର ର ସାମୟିକ ମୃତ୍ୟୁ

ଅନ୍ଧାର ର ସାମୟିକ ମୃତ୍ୟୁ

1 min
261

ଖଣ୍ଡେ ଦିଆସିଲି କାଠି ମାରି ଦେଲା ପରେ


ମିଛ ପୋଖରୀକୁ ଚଟକିନା ଡେଇଁ ପଡି


ଆତ୍ମହତ୍ୟା କରେ ପାପ ସନ୍ଦେହର ଅନ୍ଧାର,


ନତୁବା ସତସତିକା ଚଳନ୍ତା ଟ୍ରେନ ଗାଡ଼ି ଆଗରେ


ମୁଣ୍ଡ ଦେଖେଇ ଦିଏ


ସବୁ ଅତିକୁ ଇତିରେ ଧରି,


ସକାଳୁ ସକାଳୁ ସମ୍ବାଦପତ୍ର ଓ ଟେଲିଭଜନର ପାଲଟିଯାଏ ମୁଖ୍ୟପ୍ରସଙ୍ଗ ଅନ୍ଧାରର ଅପମୃତ୍ୟୁ ।


ହେଲେ ସେ ପୁଣି ମେଳି ବାନ୍ଧି ଦିଏ 


ଆଉ କେଉଁଠିକି ଯାଇ


ଝିଙ୍କାରୀର ଝିଁ ଝିଁ ସ୍ୱରରେ


କୁକୁର ବିଲୁଆଙ୍କ କର୍ଣ୍ଣକଟୁ ରଡ଼ିରେ


ପେଚା ଉଲ୍ଲୁକଙ୍କ ଅଶୁଭ ଧ୍ଵନିରେ


ଦେହରେ ବିଦେହରେ


 ଛଳ ଛଳ ଆଖିରେ


ଅଗଣିତ ମନରେ


ବିଖଣ୍ଡିତ ମୋହରେ କୋହରେ ।


ଏମିତିବି ହୁଏ ଦିଆସିଲି କାଠି ସରି ଯାଏ


କିନ୍ତୁ ଅନ୍ଧାର ହଟେନା


ଖାଲି ଶୁଭ ମହୁରତ ହୁଏ ଓଠ ଚିପା ହସର ।


ଛାଇ ଆଲୁଅର ଲୁଚକାଳି ଖେଳ ଚାଲିଥାଏ


ଅନ୍ଧାର ଉଜର ଅଛି ବୋଲି ସିନା


ଭାବିଦେଲେ ମିଳେ ଯୁଗ ଯୁଗର ଚେତନା


ଏଇଟା ତ ବିଧିର ବିଡମ୍ବନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍