ଅନ୍ଧାର ଗଳିରେ ହଜିଛି ଠିକଣା
ଅନ୍ଧାର ଗଳିରେ ହଜିଛି ଠିକଣା
ଅନ୍ଧାରଗଳିରେ ହଜିଯାଇଛି ମୋ ସ୍ୱପ୍ନର ଠିକଣା,
ଅନ୍ଧାରଗଳି ଆଉ ସ୍ୱପ୍ନର ଠିକଣା ,
ମୁଁ ନିଜେ ନିଜକୁ ଚିହ୍ନିବା ଆଗରୁ ,
ଦେଖିଥିବା ଅସୁମାରି ସ୍ଵପ୍ନକୁ ସାକାର କରିବାକୁ,
ଲୋଡିଥିଲି କେତେ କାହାକୁ।
ହେଲେ ଆଲୋକର ସନ୍ଧାନରେ,
ଚାଲୁ ଚାଲୁ ଏତେ ବାଟ ଆସିଗଲି ଏତେ ଦୂର,
ପଛକୁ ଫେରି ଚାହେଁ ତ ସବୁକିଛି ,
ଅନ୍ଧାର ଅନ୍ଧାର ଧୂଆଁଳିଆ।
ଭାବିଥିଲି କେତେ ଜଣ ସାଥି ହେବେ ନିଶ୍ଚିତ,
ଆଶା ତ ଅସୁମାରି ,
ଆଶା ଭରସା ବିଶ୍ଵାସରେ ବନ୍ଧା ଏ ସମାଜ,
କେତେ କଣ କରିବାକୁ ପଡେ,
ସ୍ଵପ୍ନକୁ ସତ କରିବାକୁ ଜୀବନର ପଥେ ପଥେ ।
ମୁଁ ବି ଦେଖି ଥିଲି କେତେ ସ୍ୱପ୍ନ ,
କିଛି ସ୍ୱପ୍ନ ଥିଲା ଦିବାସ୍ଵପ୍ନ ,
ଆଉ କିଛି ବାସ୍ତବିକ ଗଭୀର ନିଦ୍ରାରେ,
କିଛି ବଳ ଭିଡ଼ି ଥିଲି ମନକୁ ଦୃଢ଼ କରିଥିଲି ,
ସେ ସପନରୁ କିଛିକୁ ସତ କରିବାକୁ ,
ହେଲେ ଜୀବନ ଝଞ୍ଜାରେ ,
ସମୟର ଉଜାଣି ମାଡ଼ରେ ସ୍ୱପ୍ନ ସବୁ ଆଜି ଦରମାଲା,
ସେ ସ୍ୱପ୍ନ ସବୁ ହଜିଯାଏ ଅନ୍ଧାରୀ ଗଳିରେ।।।
