STORYMIRROR

ସଂଜୟ କୁମାର ଦୀପ

Others

4  

ସଂଜୟ କୁମାର ଦୀପ

Others

ଅନ୍ଧ ବିଶ୍ବାସର ଅନ୍ଧାର ଗଳି

ଅନ୍ଧ ବିଶ୍ବାସର ଅନ୍ଧାର ଗଳି

1 min
193

ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ

ସବୁ ତ ଓଲଟା ହେଉଛି

ସତ ମଥାପିଟି କାନ୍ଦୁଛି

ଅନ୍ଯାୟ ଏଠାରେ ସ୍ବାର୍ଥ ରଙ୍ଗମଞ୍ଚେ

ସ୍ବାର୍ଥ ର ଗୀତି ଗାଉଛି।


ଏଠି

ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ

ବାବା ଭଗବାନ ବନୁଛି

ଧରମ ବିଶ୍ବାସୀ ନୀରିହ ଜନତା

ସବୁ ସମର୍ପଣ କରୁଛି

ଭଣ୍ଡ ବାବା ସବୁ ଲୁଟୁଛି

ସମାଜଟା ଏଠି ନିରବ ଦର୍ଶକ

ସ୍ବାର୍ଥପର ପୂଜା ପାଉଛି।


ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ

ଗୁଣିଆ ରୋଗକୁ ଝାଡୁଛି

ରୋଗ ଭଲ ପାଇଁ ଗୁଣିଆ ଭାଇଟା

ମାନସିକ ପୂଜା କରୁଛି

ରକତର ବଳି ଦେଉଛି,

ଡାକତର ଏଠି ଦେଶୀ ମଦ ପିଇ

ଡାକ୍ତରଖାନା ରେ ଶୋଉଛି

ନରିହ ଶିଶୁଟା ଗୁଣିଆ ଚେଙ୍କରେ

ଛଟପଟ ହୋଇ ମରୁଛି।


ଏଠି

ଆଇନ୍ ଆଖିରେ ଅନ୍ଧପୁଟୁଳ

ମିଛ ଜୟଗୀତି ଗାଉଛି

ଅସୁମାରୀ ସ୍ବପ୍ନ ଅଧୂରା ରହୁଛି

ସ୍ବାର୍ଥ ମହ ମହ ବାସୁଛି,

ମହାଭାରତର ଦୁଃଶାସନ ଏଠି ବିଶ୍ୱାସ ହରଣ କରୁଛି ।


ସ୍ବାର୍ଥପର ଖାଲି ହସୁଛି

ଅନ୍ଧ ବିଶ୍ୱାସର ଅଶୁଭ ରାକ୍ଷସ

ଆମ ସମାଜକୁ ଗ୍ରାସୁଛି,

କହିଲେ କହିବ କହୁଛି !

ଆଉ କହିବିନି,

ଏତିକିରେ ଚୂପ୍ ରହୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍