STORYMIRROR

Nihar Ranjan Acharya

Others

3  

Nihar Ranjan Acharya

Others

ଅନ୍ବେଷଣ

ଅନ୍ବେଷଣ

1 min
183


ମୋ' ସ୍ମୃତିର କୁଞ୍ଜବନେ 

ମୁଁ ଖୋଜୁଥିଲି ତୁମକୁ, 

କୁଞ୍ଜ ମୋତେ କହିଲା 

ତମେ କାଳେ ମୋତେ ଭୁଲିଯାଇ 

ଚାଲିଯାଇଛ ତମ ସପନର ରାଜଧାନୀକୁ? 


ଯାଇଥିଲି ତମ ସପନର ରାଜଧାନୀକୁ 

ଦେଖାକରି ପଚ଼ାରିବି 

କ'ଣ ଭୁଲ ରହିଗଲା ମୋ'ଠି, 

ସେଥିପାଇଁ ମୋତେ କିଛି ନକହି 

ଏକା କରି ଚାଲିଗଲ ତମ ପ୍ରେମକୁ ? 


ପଚ଼ାରୁଥିଲି ମୁଁ ତମ ପ୍ରେମକୁ 

ଭଲପାଉଥିଲ କାହିଁକି ଏତେ 

ଭଲପାଇ ପୁଣି ଠକିଦେଲ ମୋତେ, 

ତମ ପ୍ରେମ ମୋତେ କହିଲା 

ମୁଁ କାଳେ ବୋକା ଥିଲି -

"ନାରୀ ମାୟା ନାରାୟଣଙ୍କୁ ଅଗୋଚର "

ଏକଥା ଜାଣି ବି ମୁଁ 

କାହିଁକି ଭଲପାଉଥିଲି ତୁମକୁ? 

     


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍