ଅନ୍ବେଷା
ଅନ୍ବେଷା
----------
ମୁଁ ଖୋଜୁଛି ,ମୋ ପାଇଁ ଚେନାଏ ଆକାଶ ,
ଯେଉଁଠି ନଥିବ ଲୋକ ଦେଖାଣିଆ ସମ୍ପର୍କର ଭିଡ,
ଇଚ୍ଛା ମାନଙ୍କୁ ଜବରଦସ୍ତ ଅବରୁଦ୍ଧ କରି ରଖିବାର ବାଧ୍ୟ ବାଧକତା,
ଅନ୍ତର ରେ ସବୁ ଅସୂୟାକୁ ଚାପିରଖି ମିଛିମିଛିକା ହସ ଖେଳା ମୁହଁ ,
ଖାଲି ମୁଁ ଆଉ ମୁଁ, ସବୁ ମୋର, ମତେ ଚିହ୍ନ , ମତେ ଦେଖ ର ମିଛ ମୁଖା ସବୁ,
କୋରି କୋରି ପାମ୍ପରା କରିଦେଉଥିବା ଅନାହୁତ ବାକ୍ୟବାଣ ଯେତେ,
ସମୟ ସୁବିଧା ଦେଖି ରଙ୍ଗ ବଦଳାଉଥିବା ସାଙ୍ଗସାଥୀ ଦଳ ,
ଦୈହିକ ପ୍ରେମରେ ଉବୁଟୁବୁ ଆକ୍ତାମାକ୍ତା କରି ପକାଉଥିବା ଦାମ୍ପତ୍ୟ ,
କ'ଣ କରିଛ? କ'ଣ ରଖିଛ ଆମ ପାଇଁ ? ପ୍ରଶ୍ନ ପଚାରୁଥିବା ଅପତ୍ୟ ,
ଏ ସବୁ କିଛି ଲୋଡା ନାହିଁ , ଲୋଡ଼ା ନାହିଁ ଏ ଗତାନୁଗତିକ ଜୀବନ ।।
ଶ୍ରାନ୍ତ , କ୍ଳାନ୍ତ, ଜୀବନର ଅପରାହ୍ନରେ ଲୋଡ଼ା ଖାଲି ନିଜ ପାଇଁ
ଟିକିଏ ଅସ୍ମିତା, ଟିକିଏ ଆତ୍ମୀୟତା, ଟିକିଏ ଆତ୍ମବିଶ୍ୱାସର ନିରୁତା ପବନ,
ଚେନାଏ ଆକାଶ ଆଉ ଆପଣା ଅସ୍ତିତ୍ବର ନିର୍ମଳ ଜ୍ୟୋତ୍ସ୍ନାରେ ଜ୍ୟୋତ୍ସ୍ନାୟିତ
ଛୋଟ ଗୋଟେ ରୂପା ଜହ୍ନ ।
