Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Others

3  

Prajna Paramita Mohanty

Others

ଅନାତ୍ମୀୟ

ଅନାତ୍ମୀୟ

1 min
215


ତୁମେ କେବେ ଅନୁଭବ କରିଛ କି

ଏତେ ଗହଳି ଭିତରେ ବି ନିଜକୁ ଏକଲା,

ସମ୍ପର୍କର ରଜ୍ଜୁରେ ବନ୍ଧା ଆତ୍ମୀୟମାନଙ୍କ ମଧ୍ୟରୁ 

ହୁଗୁଳି ପଡୁଥିବା ଖଣ୍ଡେ ଅଡୁଆ ସୂତା |


କେବେ କେବେ ଖୁବ ନାଚାର, 

ବିକଳପଣ ଓ ଅସହାୟବୋଧର ଅଣନିଃଶ୍ଵାସୀଭାବରେ

ଜୁଡବୁଡ ଏକ ନାମହୀନ ସତ୍ତା |


କେବେ ନିଜକୁ ଦେଖି ରଖିଛକି

ସେଇସବୁ ସମ୍ପର୍କର ଡୋରିରେ ବନ୍ଧା ଭାବ ଓ ଅଭାବର 

ତରାଜୁ ପଣରେ ମପା କିଛି ଅହେତୁକ କଣ୍ଟକିତ ମୁହୂର୍ତ୍ତରେ,

ଏଇ ଯେମିତି ତଣ୍ଟିରେ ଲାଗିଥିବା ମାଛକଣ୍ଟାଟି ଭଳି,

ନା ଢୋକି ହେଉଥାଏ, ନା କାଢି ହେଉଥାଏର ଅବସ୍ଥା |


ସକାଳେ ଓ ସଞ୍ଜରେ ନିଜ ରୂପ-ପରିଭାଷା

ବଦଳେଇ ପାରୁଥିବା ସେଇ ସେଇ ଜୀବାତ୍ମାମାନେ,

ଆଉ ଲଦି ଦେଉଥିବା ନିଜ ନିଷ୍ପତ୍ତିକୁ ତୁମ ଉପରେ

ଜୋର କରି ସାଜିବାକୁ ତୁମ ପରମ ହିତୈଷୀ ଓ କର୍ତ୍ତା |


 **************


ଆଃ ! ଅନାତ୍ମୀୟ ବୋଧହୁଏ ଏଇ ଭଳି ଏକ ରୂପ କଥା,

ଫେଣ୍ଟାଫେଣ୍ଟି କିଛି ନିଶ୍ଚିତତା ଓ କିଛି ଅନିଶ୍ଚିତତା,

ସମ୍ପର୍କର କିଛି ନିବିଡତା ଓ କିଛି ଉଦାସୀନତା,

ଅନୁଭବର ପରିପ୍ରକାଶ ଓ ନୀରବତା,

ସର୍ବୋପରି, ତୁମ ଆତ୍ମୀୟତାର ଅବିକଳ ଭିନ୍ନ ଏକ ଚିନ୍ତା | 



Rate this content
Log in