STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଅନାହତ ନାଦ ୩ ଭାଗ ୮

ଅନାହତ ନାଦ ୩ ଭାଗ ୮

2 mins
170


(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ସର୍ପକୁ ଦୁଗ୍ଧ ପେଇଲେ ତାହା ବିଷ ରୁପାନ୍ତର ହୁଏ,

ଏମିତ କେହି ମିଳିଲେ ନାହିଁ, ବିଷ ନିଜେ ଖାଇ ଦିଏ ।୮୫। 

ନାମ ନେବାଟି ପିତା ଲାଗେ ତ, ମିଠା ଲାଗେ ସଦା ଦାମ,

ଏହି ଦ୍ୱିଧାରେ ଦୁହେଁ ତ ନଷ୍ଟ, ମିଳେନି ମାୟା ନା ରାମ ।୮୬।  

କର୍ମ ନ କରି କେବଳ କହେ, ଦିନ ରାତି ଜ୍ଞାନ ହୀନ,

କୁକୁର ଭୁକା ସମ ସେ କହେ, ଶୁଣିଥିବା କଥା ମାନ ।୮୭।  

ପାଗଳା ଯିଏ ପାଇଛି କହେ, ହଜେଇଛି ଯିଏ କୃର,

ହଜିବ ନୁହେଁ ପାଇବା ନୁହେଁ, ଥାଏ ସଦା ଭରପୁର ।୮୮।  

ଯୁଦ୍ଧର ବାଦ୍ୟ ଆକାଶେ ବାଜେ, ନିଶାଣରେ କରେ ଘାଆ,

କ୍ଷେତ୍ର ଡାକୁଛି ବୀରମାନଙ୍କୁ, ଯୁଦ୍ଧକୁ ଆଗେଇ ଯା ।୮୯।  

ମାଲିକ ପାଇଁ ଲଢ଼େଇ ଯିଏ କରେ ସେ ବୀର ବୋଲାଏ,

ଖଣ୍ଡ ବିଖଣ୍ଡ ଦେହ ହେଲେ ବି କ୍ଷେତ୍ର ଛାଡ଼ି ନ ଯାଏ ।୯୦।  

ବୀର କହନ୍ତି ତାହାକୁ ଯିଏ ଦେହେ ନ ଲଗାଏ ଲୌହ,

ଦେହରୁ ସାଞ୍ଜୁ ପୋଷାକ ଖୋଲି ତ୍ୟାଗ କରେ ଦେହ ମୋହ ।୯୧।  

କବୀର ଶାମୁକା ସମୁଦ୍ରର, ଡାକେ ମୋତେ ବଡ଼ ଶୋଷ,

ଅନ୍ୟ ଜଳର ବୁନ୍ଦ ପିଏନି, ଶ୍ୱାତୀର ଜଳକୁ ଆଶ ।୯୨।  

ପପିହା ଜଳ ପଣ ଦେଖିଲେ ଧୈର୍ଯ୍ୟର ରହେନି କଣ୍ଟ,

ମରିବା ଯାଏ ଜଳରେ ଥାଏ କିନ୍ତୁ ମାରେନି ଥଣ୍ଟ ।୯୩।  

ପତିବ୍ରତା ସ୍ତ୍ରୀ ପତିକୁ ଭଜେ, କରେ ଅଟଳ ବିଶ୍ୱାସ,

ଅନ୍ୟ ଦିଗରେ ମନ ନ ଯାଏ, ସର୍ବଦା ପ୍ରିୟର ଆଶ ।୯୪। 

‘ଏକ’କୁ ଯେଉଁ ଜନ ଜାଣିନି, ବହୁ ଜାଣିଲେ କି ହେବ,

ସେ ‘ଏକ’ ଦ୍ୱାରା ହୁଏ ସମସ୍ତ, ‘ବହୁ’ରେ କିଛି ନ ହେବ ।୯୫।    

ସେହି ଏକରୁ ସମସ୍ତ ସୃଷ୍ଟି; ଡାଳ, ପତ୍ର, ଫୁଲ, ଫଳ,

କବୀର ପଛେ ରହିଲା କଅଣ, ଧରିଲା ପରେ ସେ ମୂଳ ।୯୬।   

ଜଣା ପଡ଼ୁଛି ଏବେ ଯେପରି, ମୋ ମନ ଅତି ପବିତ୍ର,

ମରଣ ଡର ଦେଇଛି ଛାଡ଼ି, ହାତରେ ଧରି ସିନ୍ଦୁର ।୯୭।  

ସତୀ ବିଚାରି ସତୀର ଧର୍ମ କରିଲା କଣ୍ଟା ବିଛେଇ,

ନିଜ ପ୍ରିୟକୁ ଧରି ଶୋଇଲା, ଚୌଦିଗେ ଅଗ୍ନି ଲଗେଇ ।୯୮।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍