STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଅନାହତ ନାଦ ୩ ଭାଗ ୫

ଅନାହତ ନାଦ ୩ ଭାଗ ୫

2 mins
238

ଅନାହତ ନାଦ ୩ (୯୮ ପଦ)

ଭାଗ ୫ (୪୯-୬୦ ପଦ)

ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - Dr Subas Chandra Rout

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଗାଇଲେ ମଧ୍ୟ ପାଇଲେ ନାହିଁ, ନ ଗାଇ ରହିଲେ ଦୂର,

ଗାଇଲେ ଯିଏ ବିଶ୍ୱାସ ସହ, ତାଙ୍କଠି ସଦା ହାଜର ।୪୯। 

ବିରହୀ ପ୍ରିୟା ସନ୍ଦେଶ ଦିଏ, ଶୁଣ ଆମର ପ୍ରିୟ,

ଜଳ ବିହୁନେ ମାଛ ବଂଚିବ, କେମିତି କଥା ଏ କହ?୫୦। 

ଆଖି ତଳଟି କଳା ଦିଶିଲା, ତୁମ ପଥକୁ ନିରେଖି,

ଜିଭ ଚମଡ଼ା ବାହାରି ଗଲା, ତୁମ ନାମ ଡାକି ଡାକି ।୫୧। 

ଚକ୍ଷୁ କଲା ମୋ ବାଲ୍ଟିର କାମ, ଲୁହ ବହେ ଧାର ଧାର,

ପିହୁ ପିହୁ ସମ ନାମ ରଟୁଛି, ଆଶା ତୁମ ମିଳନର ।୫୨। (କୋଇଲି ଭଳି ପପିହା ଏକ ପକ୍ଷୀ, ପିହୁ ପିହୁ ଶବ୍ଦ କରେ )

ବହୁ ଦିନରୁ ଅପେକ୍ଷା କରି ରଟୁଛି ତୁମର ନାମ, 

ହୃଦୟେ ଇଚ୍ଛା ତୁମ ମିଳନ, ମନରେ ନାହିଁ ବିଶ୍ରାମ ।୫୩।  

ବିରହ ସର୍ପ ତନୁ ଦଂଶୁଛି, ମନ୍ତ୍ର କରୁନାହିଁ କାମ,

ପ୍ରଭୁ ବିରହୀ ବଂଚି ପାରେନି, ବଂଚିଲେ ପାଗଳ ନାମ ।୫୪। 

ହାତରେ କମଣ୍ଡଳୁ ବିରହ, ବୈରାଗୀ ମୋ ଦୁଇ ଚକ୍ଷୁ,

ଦର୍ଶନ ମଦିରା ମାଗୁଛି ମୁହିଁ, ରାତି ଦିନ ଚାଖିବାକୁ ।୫୫।

ମାଂସ ଶୁଖି ମୁଁ କଙ୍କାଳସାର, ଅନେଇ ବସିଛି କାକ,

ଏ ଯାଏ ପ୍ରିୟ ଆସିଲେ ନାହିଁ, କେଡେ଼ ମନ୍ଦ ମୋର ଭାଗ୍ୟ !୫୬। 

ନିଦ ଆସୁନି ଆଖିକୁ ମୋର, କାନ୍ଦି କାନ୍ଦି ରାତି ସାରା,

ଆଖି ଅବସ୍ଥା ଦେଖି ଭାବନ୍ତି ମୁଁ ଅଟେ ରୋଗୀ ବିଚରା ।୫୭।  

ଅଗ୍ନିରେ ସ୍ଥିତ ଜଳାର୍ଦ୍ର କାଷ୍ଠ ସମ ବିରହୀ ଅବସ୍ଥା,

ବିରହ ଅଗ୍ନି ସହି ନ ହୁଏ, ଜଳିଗଲେ ହୁଏ ରକ୍ଷା ।୫୮।  

ବଣ ପର୍ବତ ଖୋଜିଲି ମୁହିଁ, ଚକ୍ଷୁ ନଷ୍ଟ ହେଲା ମୋର, 

ସେହି ଔଷଧ ପାଇବି କାହୁଁ, ଜୀବନ ବଞ୍ଚିବ ମୋର ।୫୯। 

ସମସ୍ତ ତରୁବର ପାଖକୁ ଯାଇ ଚାଖିଲି ଫଳ,

ଦର୍ଶନ ଭିକ୍ଷା ମାଗେ କବୀର, ବୁଲି ବୁଲି ପ୍ରତି ପଳ ।୬୦ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍