STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ଅନାହତ ନାଦ ୩ ଭାଗ ୧

ଅନାହତ ନାଦ ୩ ଭାଗ ୧

2 mins
247


(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ସଂସାର ସହ ସମ୍ପର୍କ ଥିଲେ, ଭକ୍ତି କେବେ ନ ହୁଏ,

ସମ୍ପର୍କ କାଟି ହରି ଯେ ଭକେ, ଭକ୍ତ ସେହି ବୋଲାଏ ।୧। 

ଭକ୍ତ ଓ ଭକ୍ତ-ବେଶୀ ପାର୍ଥକ୍ୟ, ଧରଣୀ ଆକାଶ ସମ,

ଭକ୍ତ ତଲ୍ଲୀନ ଗୁରୁ ଚରଣେ, ଭକ୍ତ-ବେଶୀ ଆଶା କାମ ।୨।  

ଦେଖା ଦେଖି ଭକ୍ତି ସାଧନାରେ, କେବେ ଚଢ଼େ ନାହିଁ ରଙ୍ଗ,

ବିପଦ ବେଳେ ଛାଡ଼ି ପଳାଏ, କାତି ଯେମିତି ଭୁଜଙ୍ଗ ।୩। 

ଅଣ ଆୟତ୍ତ ସଂମ୍ପୁର୍ଣ୍ଣ ଜ୍ଞାନ, ହୃଦୟରେ ଯୋଡ଼େ ନାହିଁ,

ଦେଖେଇ ହେବା ଭକ୍ତି କରିଲେ, ରଙ୍ଗ କେବେ ରହେ ନାହିଁ ।୪। 

ମାଛର ପ୍ରିୟ ଜଳ ଯେମିତି, ଲୋଭୀର ପ୍ରିୟ ଦାମ,

ମାତାର ପ୍ରିୟ ପୁତ୍ର ଯେମିତି, ଭକ୍ତର ପ୍ରିୟ ନାମ ।୫।   

ସକଳ ନିଷ୍ଠା ନିଷ୍ଫଳ ଯଦି ନିଷ୍ଠାର ଭକ୍ତି ସକାମ,

କବୀର, ପ୍ରଭୁ ମିଳିବେ ନିଶ୍ଚେ, ସେ ତ ନିଜେ ନିଷ୍କାମ ।୬।  

ଭକ୍ତିର ପେଣ୍ଡୁ ପ୍ରାନ୍ତର ମଧ୍ୟେ, ସଦ୍ଭାବରେ ନେଇ ପାର, 

କବୀର, ନାହିଁ ଭେଦ ବିଚାର, ରାଜା ଅଥବା ଫକୀର ।୭। 

ପ୍ରଭୁଙ୍କ ପ୍ରେମ ସଫଳ ଯଦି, କେବେ ହୁଏ ନାହିଁ ଛିନ୍ନ 

ଜୀବନେ ପ୍ରେମ ସଜୀବ ରହେ, ମରିଲେ ତାଙ୍କଠି ଲୀନ ।୮।

ଅତୀବ କଷ୍ଟ ଭୋଗିଲେ ମଧ୍ୟ, ପ୍ରକୃତ ପ୍ରେମ ନ ଯାଏ,

ଅଙ୍ଗାରେ ମିଠା ନାହିଁ ତଥାପି ଚକୋର ତାହାକୁ ଖାଏ ।୯। 

ଶୋଇଲେ ତୁମେ ସ୍ୱପ୍ନରେ ଆସ, ଜାଗିଲେ ମନରେ ଥାଅ,

ମନ ସ୍ଥିରତା ଛଡେ଼ଇ ନେଲ, ବିଚ୍ଛେଦ କେବେ ନ ହୁଅ ।୧୦।  

‘ତୁ’ ‘ତୁ’ କରି ଡାକିଲ ଭାଇ, ‘ତୁ’ରେ ସଂଲଗ୍ନ ହେଲି,

ମନ ମିଶିଲା ତୁମ ସାଥିରେ, ଅନ୍ୟତ୍ର ନ ଯାଏ ଚାଲି ।୧୧। 

କୋଟି ସଂଖ୍ୟାରେ ଦରବ ଭୋଗ କରୁଛ ସଞ୍ଜ ସକାଳ,

ଭକ୍ତି ମହାତ୍ମ୍ୟ ସାଥେ ତୁଳିଲେ, ଏହାର ଅଛି କି ଫଳ?୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍