STORYMIRROR

Dr Subas Chandra Rout

Others

2  

Dr Subas Chandra Rout

Others

ଅନାହତ ନାଦ ୨ ଭାଗ ୫

ଅନାହତ ନାଦ ୨ ଭାଗ ୫

1 min
86

ଅନାହତ ନାଦ ୨ (୭୦ ପଦ)

ଭାଗ ୫  (୪୧ -୫୦ ପଦ)

ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - Dr Subas Chandra Rout

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

କହିବା କଥା କହିଗଲି ମୁଁ, ବାକି ନାହିଁ କହିବାକୁ,

ପ୍ରଥମ ଗଲା ଦ୍ୱିତୀୟ ଗଲା, ସମୁଦ୍ରେ ଢେଉ ମିଶିଲା ।୪୧।

ଊର୍ଦ୍ଧ୍ଵ ଦିଗରେ ଚିତ୍ତ ଲଗାଅ, ଆକାଶେ ପହଂଚି ଆସ,

ଦେଖ ଚାନ୍ଦିନି ଚାନ୍ଦ ବିହୁନେ, ଅଲେଖ ନିରଞ୍ଜନ ବାସ ।୪୨।

‘ମୋର’ ତୁଟିଲା ମୁକ୍ତ ହେଲି ମୁଁ, ପାଇଲି ଅଗମ୍ୟ ବସା,

କେହିତ ମୋର ଦ୍ୱିତୀୟ ନାହିଁ, ତୁମେହି ମୋର ଭରସା ।୪୩।

ଚିତ୍ତ ମିଶିଲା ଶବ୍ଦ ମଧ୍ୟରେ, ବିନା ଶବ୍ଦ ଜପ ହେଲା,

ଲେଖ ମିଶିଲା ଅଲେଖ ସାଥେ, ଅହଂ ସ୍ୱୟଂ ମିଶ୍ର ହେଲା ।୪୪। 

ପିଞ୍ଜରାରେ ମୋ ପ୍ରେମ ପ୍ରକାଶ, ଆଲୋକିତ ମୋ ଅନ୍ତର,

ମହଲରେ ମୁଁ ସୁନିଦ୍ରା ଯାଏ, ମୁଖରୁ ବାସ ଅତର ।୪୫।

ଆସିଥଲି ମୁଁ ଏ ସଂସାରକୁ, ଦେଖିବାକୁ ବହୁ ରୂପ,

କବୀର କହେ ସନ୍ଥ ବନିଲି, ଦର୍ଶନ ହେଲେ ଅନୁପ ।୪୬। 

ସଂସାର ଖୋଜି ପାଇଗଲି ମୁଁ, ବିରଳ ଏକ ରତନ,

ପାଇବା ପରେ ଧରି ରଖିଲି, ଅପୂର୍ବ ସ୍ୱାଦ ତାହାର ।୪୭।

କବୀର ଦେଖେ ଅଙ୍ଗ ଭିତରେ, ମହିମା କହି ନ ପାରେ,

ଜୋତିର୍ମୟ ସେ ସ୍ପର୍ଶ କରିଲେ. ଜ୍ୟୋତି ପଶିଲା ଚକ୍ଷୁରେ ।୪୮।

ମେଘ ବରଷି ଗରଜେ ଏବେ, ଘନ ବାଦଲ ଗମ୍ଭୀର, 

ଚମକେ ଚଉଦିଗେ ବିଜୁଳି, ଭିଜଇ ଦାସ କବୀର ।୪୯।

ଜଳିଲା ଦୀପ ଦିବ୍ୟ ଜ୍ଞାନର, ଅପୂର୍ବ ପ୍ରଭୂ ଦର୍ଶନ,

କବୀର ସେବା କରେ ତାଙ୍କର, ବେଦର ନାହିଁ ସେ ଜ୍ଞାନ ।୫୦।


Rate this content
Log in