STORYMIRROR

Ghanashyam Biswal

Others

3  

Ghanashyam Biswal

Others

ଅନାବନା ଭାବନା

ଅନାବନା ଭାବନା

1 min
226

ଈଶ୍ୱର ଯଦି ଅଛନ୍ତି

ଦେଖା କାହିଁ ଦିଅନ୍ତି ନି?

ମଲାପରେ ଯଦି ସ୍ୱର୍ଗକୁ ଯାଆନ୍ତି

ତାହେଲେ କେଉଁ ବାଟ ଦେଇ?

ବିଲେଇ ଯଦି କୁକୁରର ସବୁଠୁ ବଡ଼ ଶତ୍ରୁ

ତାହେଲେ ପୋଷା କୁକୁର କାହିଁ ବିଲେଇକୁ ଗେଲ କରନ୍ତି? ରାସ୍ତାରେ ବିଲେଇ ଦେଖିଲେ କାଳେ ସଭିଙ୍କର ଅଶୁଭ ହୁଏ

ମୋର କିଆଁ ଖାଲି ଶୁଭ ହୁଏ?

ମିଛ କହିବା ମହାପାପ

ହେଲେବି ସଭିଏଁ କାହିଁକି ମିଛ କହନ୍ତି?

ହାତରେଖା ରେ ଯଦି ଲେଖା ଜୀବନ ଚରିତ

ତାକୁ ବଦଳାଇ ହୁଏ ନାହିଁ କାହିଁକି?

ପିତା ମାତା ଯଦି ଈଶ୍ୱର ସମାନ

ଏତେ ବୃଦ୍ଧାଶ୍ରମ କାହିଁକି?

ସପନ ଯଦି ଭାଙ୍ଗିଯାଏ

ନୂଆ ସପନ ଦେଖୁ କାହିଁକି?

ମରିବା ଟା ଯଦି ନିଶ୍ଚୟ ସତ

ମୃତ୍ୟୁ ସମସ୍ତେ ଡରନ୍ତି କାହିଁକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍