ଅନାବିଳ ଆସକ୍ତ
ଅନାବିଳ ଆସକ୍ତ
ସତ୍ୟକୁ ସାମ୍ନା କରିବା ତୁମ ପାଇଁ ଫରକ ପଡେନା
ଫରକ ପଡେନା କା ପଖାଳ କଂସାରେ ଲୁଣ ନପଡିଲେ
ଏତିକି ଫରକ ପାଇଗଲା ପରେ ହାତ ମୁଣ୍ଡକୁ
ସବୁ ଯେମିତି ଲାଗେ ଛଳନା ଛଳନା
ନିରହ ଆଖିକି ପଢି ନପାରିବାର ଭୁଲ
କିନ୍ତୁ ବୁଝେନା ହୃଦୟ
ବୁଝେନା ସେ କରିନି ତ କିଛି
ଯାହା ହେଇଛି ପୁଣି ହଉଛି
ସିଏ ପରା ବିଧି ନିଧିଷ୍ଟ
କାନ୍ଦନା କି କନ୍ଦାଅନା ସବୁ ସେପରିଥାଉ
ସେ ଆଣିଥିବା ଚପଲ
ବୁଣିଥିବା ମଫଲର
ସେ କରିଥିବା ଚା'ର ସେ ଅଇଁଠା କପ୍
ସେପରି ଥାଉ
ହେଇ ଅାସି ଗଲା ପରି ଲାଗୁ
ଯେମିତି ସେ ଆଗେ ଆସୁଥିଲା
ସତରେ ନିଦରେ କି ସ୍ୱପ୍ନରେ
ତା ଚାଲିର ଛମ୍ ଛମ୍ ରାଗିଣୀ
ତା ଅଭିମାନର ଥମ୍ ଥମ୍ ଚାହାଣୀ
ସବୁ ସେପରି ଥାଉ
ତା ନଆସିବାର କଳ୍ପନା
ନପହଁରୁ ମନରେ ହୃଦରେ କି ସତରେ
ଅନାବିଳ ଆସକ୍ତ ଝୁରି ନମରୁ
ଏ ରିମ୍ ଝିମ୍ ରାତିରେ ଜୋତ୍ସ୍ନାର ରଂଗରେ
ଘୁରିବୁଲୁ ଦିଗବଳୟେ ମୋ ଚାରି ପାଖରେ
ମିଛରେ ହେଉ ପଛେ
ମିଛରେ ହେଉ ପଛେ
ଆନମନା ନକରୁ ସେ ମୋତେ
ଆନମନା ନକରୁ ସେ ମୋତେ
7008054282
