ଅମୂଲ୍ୟ ସମ୍ପଦ
ଅମୂଲ୍ୟ ସମ୍ପଦ
ପିତୃ ସେବା ଅଟେ ଈଶ୍ୱରୀୟ ସେବା
ଅମୂଲ୍ୟ ସମ୍ପଦ ମୋର,
ଏହି ସମ୍ପଦକୁ ସାଇତି ରଖିବା
ଜୀବନେ କର୍ତ୍ତବ୍ୟ ମୋର।୧।
ଜୀବନ ଯାତ୍ରାରେ ପିତୃ ସେବା ଅଟେ
ପ୍ରଭୁ ସେବା ପରି ମୋର,
ସବୁ କାର୍ଯ୍ୟ ମୋର ସଫଳ ହୁଅଇ
ଶୁଭ ହୁଏ ସବୁ ମୋର।୨।
ପାଦଧୂଳି ତାଙ୍କ ଚନ୍ଦନଟି ମୋର
ବଳୁ ଥିବି ନିତିଦିନ,
ଧୂଳି ଚନ୍ଦନକୁ ମଥାରେ ଲଗେଇ
ଧର୍ମ ପଥେ ଦେବି ଧ୍ୟାନ।୩।
କର୍ମପଥ ହେବ ନିଃସ୍ୱାର୍ଥରେ ଭରା
ପିତାଙ୍କର ଅନୁଦାନ,
ସତ୍ୟପଥ ମାର୍ଗ ତାଙ୍କ ଉପଦେଶ
ଜଡ଼ିତ କରିବି ମନ।୪।
ଆସୁ ପଛେ ଯେତେ ଝଡ଼ଝଞ୍ଜା ପଥେ
ବିଚଳିତ ନୋହୁଁ ମନ,
ତାଙ୍କରି ସେବାରେ ସମର୍ପଣ ଭାବ
ରହୁ ମୋର ନିତିଦିନ।୫।
ପ୍ରେମ ଭକ୍ତି ଶ୍ରଦ୍ଧା ରହୁହିଁ ଚରଣେ
ସେବାଭ ରହୁ ମନ,
ସବୁ ଇଚ୍ଛା ତାଙ୍କ ପୁରଣ କରିବି
ଖୁସି ଥାଉ ତାଙ୍କ ମନ।୬।
ଯାହା କିଛି ମୋର ମାନ ଓ ସମ୍ମାନ
ସବୁତ ତାଙ୍କରି ଦାନ,
ସେହି ଦାନ ମୋର ଜୀବନ ଦର୍ପଣ
ସେବାଭ ରହୁ ମନ।୬।
ସବୁ ବେଳେ ତାଙ୍କ ଚରଣ ବନ୍ଦନ
ଗୁଞ୍ଜି ରହୁ ନିତ୍ୟେ ମନ,
ଏହି ପଥେ ରହୁ ପ୍ରଭୁ ଆଶିର୍ବାଦ
ସଦା ମନେ ରହୁ ଜ୍ଞାନ।୭।
ପିତୃ ସେବା ଅଟେ ଈଶ୍ୱରୀୟ ସେବା
ଅମୂଲ୍ୟ ସମ୍ପଦ ମୋର,
ଏହି ସମ୍ପଦକୁ ସାଇତି ରଖିବି
ଜୀବନେ କର୍ତ୍ତବ୍ୟ ମୋର।୮।
