STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅମୂଲ୍ୟ ରତନ

ଅମୂଲ୍ୟ ରତନ

1 min
190

ମାତୃଭାଷା ପରା ଅମୂଲ୍ୟ ରତନ

 ଗୁଞ୍ଜୁ ଥାଉ ହୃଦୟରେ 

ବିଜୟ ମିଳିବ ଭାଷା ବିନୁ ସିନା

 ହେବ ଉନ୍ନତି ରାଷ୍ଟ୍ରରେ।


ମୂଲ୍ୟ ନାହିଁ କିଛି ଜୀବନ ଯାତ୍ରାରେ

 ମାତୃଭାଷା ଯଦି ନାହିଁ 

ବାସ୍ତବିକ ଶିକ୍ଷା ତହିଁରେ ଜଡ଼ିତ

 ଜନନୀର ଭାଷା ଯହିଁ।


ଉନ୍ନତିର ପଥ ମାତୃଭାଷା ଶିକ୍ଷା

 ହେଉଟି ଭାଷା ଆଦର 

ଗର୍ବିତ ହୋଇବା ମାତୃଭାଷା ପାଇଁ

 ନେବାଟି ଶିକ୍ଷା ତାହାର।


ପ୍ରାରମ୍ଭିକ ଶିକ୍ଷା ଜନନୀର ଭାଷା

 ମାତୃଭାଷା ପରା ଆମ 

ଦେବ ଉଚ୍ଚସ୍ଥାନ ମାତୃଭାଷା ଶିକ୍ଷା

 ଉଜ୍ଜ୍ୱଳ ଭବିଷ୍ୟ ଆମ।


କିମ୍ପା ଯାଉ ନାହିଁ ପରାଧୀନ ଭାଷା?

  କିମ୍ପ ମଣୁଅଛ ଶ୍ରେଷ୍ଠ 

କଥା ପଢ଼ା ଲେଖା ବିଦେଶୀ ଭାଷରେ

  ସନ୍ତାନେ କରୁଛ ଭ୍ରଷ୍ଟ।


ନିଜର ସଂସ୍କୃତି ଭୁଲୁ ଅଛ ଏବେ

 ମାଆ କହୁଅଛ ମମି 

ବାପା ଡାକ ଏବେ ଭୁଲିତ ଗଲାଣି

 କର କଳଙ୍କିତ ଭୂମି।


ଲଜ୍ଜିତ ହେଉଛ କହିବାକୁ କିମ୍ପା

 ଜନନୀ ଭାଷାରେ କଥା?

ବିଦେଶୀ ଭାଷାକୁ କାହିଁକି ଆଦର

 ମନରେ ଆଣୁଛି ବ୍ୟଥା।


ନୂଆ ଭାରତର ନୂଆ ଶିକ୍ଷାନୀତି

 ମାତୃଭାଷା ପାଇଁ ଯଥା 

ପ୍ରାରମ୍ଭିକ ଶିକ୍ଷା ହେଲା ମାତୃଭାଷା

 ଭାରତ ସଂସ୍କୃତି ପ୍ରଥା।  


ନୂଆ ଶିକ୍ଷାନୀତି ମାତୃଭାଷା ପରା

 ଗୌରବ ରାଷ୍ଟ୍ରର ପାଇଁ 

ମାତୃଭାଷା ଶିକ୍ଷା ହେଲା ଆବଶ୍ୟକ

 ଭାଷାର ଆଦର ପାଇଁ।


ଆଗ୍ରହ ଜନଙ୍କ ଶିକ୍ଷାମନ୍ତ୍ରୀ ଠାରେ

 ଶିକ୍ଷାର ସୁବିଧା ହେଉ 

ଶିକ୍ଷକ ମିଳନ୍ତୁ ମିଳୁ ଭାଷା ବହି

 ଶିକ୍ଷା ମାତୃଭାଷା ହେଉ।


ଆମର କର୍ତ୍ତବ୍ୟ ସନ୍ତାନେ ଆମର

 ମାତୃଭାଷା ଶିକ୍ଷା ନେବେ 

ନକରି ଆଦର ବିଦେଶୀ ଭାଷାକୁ

 ଜନନୀ ଭାଷା ପଢ଼ିବେ।


ଅଂଶୀଦାର ସଙ୍ଗେ ମନ୍ତବ୍ୟ କର୍ତ୍ତବ୍ୟ

 ମାତୃଭାଷାରେ ହିଁ ହେଉ 

ଲେଖିବା ଭାଷାରେ କହିବା ଭାଷାରେ

 ଭାଷାର ଆଦର ହେଉ।


ଆତ୍ମନିର୍ଭରଟି ହୋଇବ ଭାରତ

 ଆତ୍ମବିଶ୍ୱାସ ତହିଁରେ 

ଅମୂଲ୍ୟ ରତନ ମାତୃଭାଷା ପରା

  ଅର୍ଜନ ଜ୍ଞାନ ତହିଁରେ।


ଜାଗ୍ରତ ହୁଅହେ ମାତୃଭାଷା ପାଇଁ

  ଭାଷା ହିଁ ଅମୂଲ୍ୟ ଧନ 

ବୌଦ୍ଧିକ ବିକାଶ ସମ୍ଭବ ତହିଁରେ

  ହେବହିଁ ଦେଶ ମହାନ।



Rate this content
Log in